ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଆଜି ଅପରାହ୍ମରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମମତା

0

ପୁରୀ: ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଅପରାହ୍ମରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମମତା । ବିଶେଷ ବ୍ୟବସ୍ଥା ମଧ୍ୟରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ ସହ ଶ୍ରୀମନ୍ଦିରରେ ବାନାବନ୍ଧା ନୀତି ଦେଖିବା କାର୍ଯ୍ୟକ୍ରମ ରହିଛି ।

ପୁରୀରେ ହେବାକୁ ଥିବା ପଶ୍ଚିମବଂଗ ଅତିଥିଭବନର ସ୍ଥାନ ନିରୂପଣ ପାଇଁ ବଳିଆପଣ୍ଡା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମମତା ଆସନ୍ତାକାଲି ଭୁବନେଶ୍ୱର ଯାଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ଗତକାଲି ମମତା ବାନାର୍ଜୀ ପୁରୀରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ମମତା ଏବେ ନିର୍ମାଣ ନିବାସରେ ରହୁଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ରହଣୀ ସହ ଶ୍ରୀଜିଉଙ୍କ ଦର୍ଶନକୁ ନେଇ ସ୍ୱତନ୍ତ୍ର ଆୟୋଜନ କରାଯାଇଛିା ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସମୟରେ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ। ଜେଡ ପ୍ଳସ୍ ସିକ୍ୟୁରିଟି ଅନୁସାରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଲାଗି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  ଗତକାଲି ବୋଲି ପୁରୀ ଏସ୍‌ପି ଏହି ସୂଚନା ଦେଇଥିଲେ। ଆସନ୍ତାକାଲି ମମତା ବାନାର୍ଜୀ ପୁରୀରୁ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.