ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ନୟାଗଡ଼ ମାଓ ଆକ୍ରମଣ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ୩ ଅଭିଯୁକ୍ତ

0

ନୟାଗଡ଼: ନୟାଗଡ଼ ଟାଉନ ଥାନା ପାଖ ପୂରୁଣା ରିଜର୍ଭ ପୋଲିସ ଅଫିସ ଉପରେ ଆକ୍ରମଣରେ ମାଓନେତା କୁହାଯାଉଥିବା ଅଭିଯୁକ୍ତ ସବ୍ୟସାଚି ପଣ୍ଡା, ପ୍ରତାପ କିମ୍ବିକା, ମଞ୍ଜୁଲତା ମୁଦୁଲି ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ୩ ଜଣ ।

୫୧ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରାଯାଇଥିଲା l ଘଟଣାର ତଦନ୍ତ କରି ଚାର୍ଜସିଟ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ l ମାଓ ଆକ୍ରମଣ ସମୟରେ ନୟାଗଡ଼ ଜିଲ୍ଲାରେ ମୋଟ ୯ ଟି କେସ ରୁଜୁ ହୋଇଥିଲା l ନୟାଗଡ଼ରେ ୫ଟି କେସ ହୋଇଥିବା ବେଳେ ଦଶପଲ୍ଲାରେ ୪ଟି କେସ ରୁଜୁ ହୋଇଥିଲା । ୨୦୦୮ ମସିହାରେ ନୟାଗଡ଼ ମାଓ ଆକ୍ରମଣରେ ୧୫ ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ଲୋକଙ୍କ ଜୀବନ ଚାଲିଯାଇଥିଲା l

Leave A Reply

Your email address will not be published.