ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଛାତରୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର

0

ବାଲେଶ୍ବର; ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି। ଛାତରୁ ପଡି ମୃତ୍ୟୁବରଣ କରିଛନ୍ତି ଛାତ୍ର। ମୃତକ ହେଲେ ହିତେଷ୍ଣୁ ଦାସ। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଭୀମପୁର ଗାଁରେ। ହିତେଷ୍ଣୁ ଛାତର କେମିତି ପଡ଼ିଲେ ତାହା ଜଣାପଡ଼ି ନଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। 

ସୂଚନାନୁସାରେ, ହିତେଷ୍ଣୁ ରେମୁଣା ଗୋଲେଇସ୍ଥିତ ଫକୀରମୋହନ ମେଡିକାଲ କଲେଜର ତୃତୀୟ ବର୍ଷର ଛାତ୍ର ଥିଲେ । ସେ ହଷ୍ଟେଲରେ ରହୁଥିଲେ। କିଛି ଦିନ ହେବ ସେ ମାନସିକ ଅବସାଦ ମଧ୍ୟରେ ରହୁଥିବା ତାଙ୍କ ସାଙ୍ଗମାନେ ତଥା ପରିବାର ଲୋକେ କହିଛନ୍ତି।  ଗତକାଲି ମଧ୍ୟ ହିତେଷ୍ଣୁ ଚିନ୍ତିତ ଦେଖାଯାଉଥିଲେ। ତେଣୁ ସାଙ୍ଗମାନେ ତାଙ୍କୁ ବୁଝାବୁଝି କରିଥିଲେ। ତେବେ ରାତି ପ୍ରାୟ ଗୋଟଏ ବେଳେ ହଷ୍ଟେଲ ପାଖରେ ଥିବା ଏକ ତାଲା ବିଶିଷ୍ଟ କୋଠାରୁ କିଛି ପଡ଼ିବାର ଶବ୍ଦ ଶୁଣାଯାଇଥିଲା। ହଷ୍ଟେଲ ପିଲାମାନେ ଧାଇଁ ଆସିଲା ବେଳକୁ ହିତେଷ୍ଣୁ ତଳେ ପଡ଼ି ଛଟପଟ ହେଉଥିବା ଦେଖିବାକୁ ପାଇଥିଲେ।

ତୁରନ୍ତ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିତେଷ୍ଣୁଙ୍କ ପରିବାର ଲୋକେ ଗତକାଲି ରାତିରେ ମେଡିକାଲରେ ପହଞ୍ଚିଥିଲେ। ଆଜି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି। ହିତେଷ୍ଣୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି। ହିତେଷ୍ଣୁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖାଦେଇଛି। ଏହା ଏକ ଆତ୍ମହତ୍ୟା ଘଟଣା ନା ଏହା ପଛରେ ଆଉ କିଛି କାରଣ ଅଛି ସେ ନେଇ ଖୋଳତାଡ଼  ଆରମ୍ଭ କରିଛି ପୁଲିସ୍। ତେବେ କଲେଜ କର୍ତ୍ତୃପକ୍ଷ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି।

Leave A Reply

Your email address will not be published.