ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ସୋଆରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ଦିନିଆ ସମର କ୍ୟାମ୍ପ

0

ଭୁବନେଶ୍ୱର, ୬/୦୫: ଗ୍ରୀଷ୍କକାଳୀନ ଛୁଟି ସମୟରେ ସ୍କୁ୍‌ଲ ଛାତ୍ରଛାତ୍ରୀମାନଙ୍କୁୁ କ୍ରୀଡ଼ା କ୍ଷେତ୍ରରେ ଅଧିକ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଶୁକ୍ରବାର ଆରମ୍ଭ ହୋଇଛି ଏକ ୧୦ ଦିନିଆ ଗ୍ରୀଷ୍ମକାଳୀନ ଶିବିର ।

ସୋଆ କ୍ୟାମ୍ପସ ୨ ସ୍ପୋର୍ଟ୍ସ କମ୍ପଲେକ୍ସରେ ଏହି ‘ସମର କ୍ୟାମ୍ପ’ର ଶୁଭାରମ୍ଭ ହୋଇଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏହାକୁ ଉଦ୍‌ଘାଟନ କରିଥିଲେ । ବିଭିନ୍ନ ସ୍କୁଲ୍‌ର ୫ ମରୁ ୧୦ମ ଶ୍ରେଣୀର ଅଧ୍ୟୟନ କରୁଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶିବିରରେ ଯୋଗ ଦେଇଛନ୍ତି ।
ସୋଆର କ୍ୟାମ୍ପସ୍ -୨ ଏବଂ କ୍ୟାମ୍ପସ୍ -୫ ରେ ଏକକାଳୀନ ଭାବେ ଏହି କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ଭଲିବଲ୍‌, ବାସ୍କେଟବଲ୍‌, ଟେବୁଲ୍ ଟେନିସ୍‌, ଲନ୍ ଟେନିସ ଓ କ୍ରିକେଟ ଭଳି କ୍ରୀଡ଼ାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପ୍ରତ୍ୟେକ ଦିନ ଅପରାହ୍ଣ ୪ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ ।

ସୋଆ ପକ୍ଷରୁ ତୃତୀୟ ବର୍ଷ ପାଇଁ ଏହି କ୍ୟାମ୍ପର ଆୟୋଜନ କରାଯାଇଥିବା ବେଳେ ଏହା ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରୋତ୍ସାହନ ମିଳିବ ବୋଲି ଏହି କ୍ୟାମ୍ପକୁ ଉଦ୍‌ଘାଟନ କରିବା ସମୟରେ ପ୍ରଫେସର ଦାସ କହିଛନ୍ତି । ଆମେ ପ୍ରାୟ ୧୦୦୦ରୁ ଅଧିକ ପିଲାମାନଙ୍କୁ ପ୍ରତ୍ୟେକ ବର୍ଷ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ରଖିଛୁ ଏବଂ ଆବଶ୍ୟକ ହେଲେ ବାହାରୁ ପ୍ରଶିକ୍ଷକଙ୍କୁ ଅଣାଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋଆର କ୍ରୀଡା ଅଫିସର ଶ୍ରୀମତି ସୁନୀତା ବର୍ମାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି କ୍ୟାମ୍ପରେ କୋଚ୍ ପ୍ରିୟମ ମଲ୍ଲିକ କ୍ରିକେଟ୍ ପ୍ରଶିକ୍ଷଣ ଦେଉଥିବାବେଳେ ସହିଦ ହୁସେନ୍ ଟେବୁଲ୍ ଟେନିସ୍‌, ଉର୍ବଶୀ ମଲ୍ଲିକ ବାସ୍କେଟବଲ , ବରେଶ ମିଶ୍ର ଭଲିବଲ୍ ଓ ସୁବ୍ରତ ନାୟକ ଲନ୍ ଟେନିସ୍‌ରେ ପ୍ରଶିକ୍ଷଣ ଦେଉଛନ୍ତି ।

Leave A Reply

Your email address will not be published.