ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଅମୃତସରରେ ୩୬ ଘଣ୍ଟାରେ ଦ୍ବିତୀୟ ବିସ୍ଫୋରଣ

0

ଅମୃତସର: ପଞ୍ଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍ ରାସ୍ତାରେ ଆଜି ଆଉ ଏକ ବିସ୍ଫୋରଣ ହୋଇଛି । ଗତ ୩୬ ଘଣ୍ଟାରେ ଏହା ଦ୍ୱିତୀୟ ବିସ୍ଫୋରଣ । ଶନିବାର ପାଖାପାଖି ଦିନ ୧୨ ଟାରେ ମଧ୍ୟ ସାରାଗଡା ପାର୍କିଙ୍ଗ ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଏକ ରେଷ୍ଟୁରାଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏକାଧିକ ଲୋକ ଆହତ ହୋଇଥିଲେ । ଆଜି ପୁଣିଥରେ ବିସ୍ଫୋରଣ ହେବାରୁ ପୁରା ଇଲାକାକୁ ସିଲ୍ କରାଯାଇଛି ଏବଂ ଏହାକୁ କଡ ସୁରକ୍ଷା ମଧ୍ୟରେ ରଖାଯାଇଛି ।

ଏହି ଘଟଣା ପରେ ଲୋକେ ଭୟଭୀତ ହୋଇ ଅଛନ୍ତି । ଅଞ୍ଚଳରେ ଶାନ୍ତି ସଦଭାବନା ବଜାୟ ରଖିବାକୁ ଆଡଭାଇଜରୀ ଜାରି କରିଛି ପୁଲିସ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ସୋସିଆଲ ମିଡିଆ ଉପରେ ମଧ୍ୟ କଡା ନଜର ରଖାଯାଇଛି ।

Leave A Reply

Your email address will not be published.