ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବାପା ଓ ୨ ଝିଅଙ୍କୁ ଧକ୍କା ଦେଲା ବସ୍: ସାନ ଝିଅ ମୃତ, ବାପା ଓ ବଡ଼ ଝିଅ ଗୁରୁତର

0

ବଲାଙ୍ଗୀର: ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ-୫୭ର ଗଇଁତଲା ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକରେ ଯାଉଥିବା ବାପା ଓ ୨ ଝିଅଙ୍କୁ ବସ୍ ଧକ୍କା ଦେବା ଫଳରେ ସାନ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ବଡ଼ ଝିଅ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ତାଙ୍କର ଦୁଇ ଝିଅଙ୍କ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ପୁଇଁତଲା ବ୍ଲକକୁ ଆସୁଥିଲେ।ତହସିଲ ଅଫିସ ସାମ୍ନାରେ ଠିଆ ହୋଇଥିବା ହେଲେ ଦ୍ରୁତ ଗତିରେ ଆସୁଥିବା ଗଣପତି ବସ୍ ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଘୋଷା଼ଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ନାବାଳିକା ରେଖା ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ବଡ଼ ଭଉଣୀ ଶିଖା ଓ ବାପା ବିଣାପାଣୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କ୍ଷତିପୂରଣ ଦାବିରେ ଗଇଁତଲା ଛକରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ।

Leave A Reply

Your email address will not be published.