ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବାପା ଓ ୨ ଝିଅଙ୍କୁ ଧକ୍କା ଦେଲା ବସ୍: ସାନ ଝିଅ ମୃତ, ବାପା ଓ ବଡ଼ ଝିଅ ଗୁରୁତର

0

ବଲାଙ୍ଗୀର: ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ-୫୭ର ଗଇଁତଲା ଛକଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ବାଇକରେ ଯାଉଥିବା ବାପା ଓ ୨ ଝିଅଙ୍କୁ ବସ୍ ଧକ୍କା ଦେବା ଫଳରେ ସାନ ଝିଅର ଜୀବନ ଚାଲିଯାଇଥିବା ବେଳେ ବାପା ଓ ବଡ଼ ଝିଅ ଛିଟିକି ପଡ଼ି ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ତାଙ୍କର ଦୁଇ ଝିଅଙ୍କ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ପୁଇଁତଲା ବ୍ଲକକୁ ଆସୁଥିଲେ।ତହସିଲ ଅଫିସ ସାମ୍ନାରେ ଠିଆ ହୋଇଥିବା ହେଲେ ଦ୍ରୁତ ଗତିରେ ଆସୁଥିବା ଗଣପତି ବସ୍ ବାଇକ୍‌କୁ ଧକ୍କା ଦେଇ କିଛି ବାଟ ଘୋଷା଼ଡ଼ି ନେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ନାବାଳିକା ରେଖା ପାଣ୍ଡେଙ୍କ ମୃତ୍ୟୁ ହୋଇଛି । ବଡ଼ ଭଉଣୀ ଶିଖା ଓ ବାପା ବିଣାପାଣୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କ୍ଷତିପୂରଣ ଦାବିରେ ଗଇଁତଲା ଛକରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ।

Leave A Reply

Your email address will not be published.