ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ଚିକିତ୍ସା କ୍ଷେତ୍ରରେ ଆରମ୍ଭ ହେଲା ଡ୍ରୋନ ଟେକନୋଲଜି

0

ନୂଆଦିଲ୍ଲୀ: ଦୂରଦୂରାନ୍ତକୁ ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଉଡ଼ି ଉଡ଼ିଯିବ ରକ୍ତଥଳୀ। ଚିକିତ୍ସା କ୍ଷେତ୍ରରେ ଡ୍ରୋନ ଟେକନୋଲଜିର ଆରମ୍ଭ ହୋଇଛି ସଫଳ ପ୍ରୟୋଗ। ଡ୍ରୋନ ମାଧ୍ୟମରେ ନିର୍ଦ୍ଦିଷ୍ଟ ତାପମାତ୍ରା ଥିବା ବାକ୍ସରେ ରକ୍ତ ଥଳିକୁ ରଖି ପରିବହନ କରାଯାଇଥିଲା । ଏହା ପରେ ରକ୍ତର ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା । ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଲା

ଏହାର ପ୍ରୟୋଗ ଏବେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଦେଶର ଅନ୍ୟ ଅଞ୍ଚଳରେ ବି କରାଯିବ । ଉଦଘାଟନୀ ପରୀକ୍ଷଣ ଉଡ଼ାଣରେ ଜିଆଇଏମଏସ୍ ଏବଂ ଏଲ୍ଏଚ୍ଏମ୍ସିରୁ ୧୦ ୟୁନିଟ୍ ରକ୍ତ ନମୁନା ନିଆ ଯାଇଥିଲା । ଆଉ କିଛି ପର୍ଯ୍ୟାୟ ପରୀକ୍ଷଣ ପରେ ସାରା ଦେଶରେ ଏଥିପାଇଁ ଅନୁମତି ଦିଆଯିବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ କହିଛନ୍ତି ।

ଏନେଇ ଆଇସିଏମ୍‌ଆର ଡିଜି କହିଛନ୍ତି, ଅଧିକ ଉଚ୍ଚତାରେ ଯିବା ବେଳେ ଯେପରି ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ନ ହେବ ତାହା ଉପରେ ନଜର ରଖିଥିଲୁ। ଏହି ପରୀକ୍ଷଣ ପରେ ଆମେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛୁ। ତେଣୁ ଆଗାମୀ ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ରକ୍ତ ଡେଲିଭରି କରାଯିବାକୁ ପ୍ରାଥମିକତା ଦିଆଯିବ ।

Leave A Reply

Your email address will not be published.