ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ଚିକିତ୍ସା କ୍ଷେତ୍ରରେ ଆରମ୍ଭ ହେଲା ଡ୍ରୋନ ଟେକନୋଲଜି

0

ନୂଆଦିଲ୍ଲୀ: ଦୂରଦୂରାନ୍ତକୁ ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଉଡ଼ି ଉଡ଼ିଯିବ ରକ୍ତଥଳୀ। ଚିକିତ୍ସା କ୍ଷେତ୍ରରେ ଡ୍ରୋନ ଟେକନୋଲଜିର ଆରମ୍ଭ ହୋଇଛି ସଫଳ ପ୍ରୟୋଗ। ଡ୍ରୋନ ମାଧ୍ୟମରେ ନିର୍ଦ୍ଦିଷ୍ଟ ତାପମାତ୍ରା ଥିବା ବାକ୍ସରେ ରକ୍ତ ଥଳିକୁ ରଖି ପରିବହନ କରାଯାଇଥିଲା । ଏହା ପରେ ରକ୍ତର ଗୁଣବତ୍ତାକୁ ପରୀକ୍ଷା କରାଯାଇଥିଲା । ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଲା

ଏହାର ପ୍ରୟୋଗ ଏବେ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଦେଶର ଅନ୍ୟ ଅଞ୍ଚଳରେ ବି କରାଯିବ । ଉଦଘାଟନୀ ପରୀକ୍ଷଣ ଉଡ଼ାଣରେ ଜିଆଇଏମଏସ୍ ଏବଂ ଏଲ୍ଏଚ୍ଏମ୍ସିରୁ ୧୦ ୟୁନିଟ୍ ରକ୍ତ ନମୁନା ନିଆ ଯାଇଥିଲା । ଆଉ କିଛି ପର୍ଯ୍ୟାୟ ପରୀକ୍ଷଣ ପରେ ସାରା ଦେଶରେ ଏଥିପାଇଁ ଅନୁମତି ଦିଆଯିବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ କହିଛନ୍ତି ।

ଏନେଇ ଆଇସିଏମ୍‌ଆର ଡିଜି କହିଛନ୍ତି, ଅଧିକ ଉଚ୍ଚତାରେ ଯିବା ବେଳେ ଯେପରି ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ନ ହେବ ତାହା ଉପରେ ନଜର ରଖିଥିଲୁ। ଏହି ପରୀକ୍ଷଣ ପରେ ଆମେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛୁ। ତେଣୁ ଆଗାମୀ ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ରକ୍ତ ଡେଲିଭରି କରାଯିବାକୁ ପ୍ରାଥମିକତା ଦିଆଯିବ ।

Leave A Reply

Your email address will not be published.