ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପୂବର୍ତନ ବିଧାୟକ ସନାତନ ମହାକୁଡ ଙ୍କ ଘରେ ଆୟକର ରେଡ୍

0

ଭୁବନେଶ୍ବର: ଆୟକର ଜାଲରେ ପଡିଲେ ପୁର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ। ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଉଛି । ଇନକମ୍ ଟ୍ୟାକ୍ସର ୨୦ ଜଣିଆ ଟିମ୍ ପକ୍ଷରୁ ରେଡ୍ କରାଯାଉଛି । ଏହି ଚଢ଼ାଉରେ  ଆୟକର ବିଭାଗର ୨ଟି ଟିମ୍ ସାମିଲ ହୋଇଛନ୍ତି। ପ୍ରତିଟିମ୍‌ରେ ଟିମ୍‌ରେ ୧୦ ଜଣ ଆୟକର ବିଭାଗର ସଦସ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଭୁବନେଶ୍ବର, କେନ୍ଦୁଝର ଓ ଯୋଡ଼ା  ଘର ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଉଛି। ଏଥିରେ ବିଭାଗର ୨୦ଜଣିଆ ଟିମ୍ ସାମିଲ ଥିବା କୁହାଯାଉଛି। ରାଜଧାନୀର ସହିଦ ନଗରରେ ଥିବା ତାଙ୍କ ଘରେ ଏବଂ ତାଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ଚଢ଼ଉ ଜାରି ରହିଛି। ଏହାଛଡ଼ା ଘର ପା୍ଖରେ ଥିବା ଏକ ଘରେ ବି ଚଢ଼ଉ କରାଯାଉଛି। ଭୋର ୫ଟା ସମୟରୁ ୬ଟି କାରରେ ଆୟକର ବିଭାଗ ଟିମ୍ ଆସି ରାଜଧାନୀରେ ଚଢ଼ଉ କରୁଛନ୍ତି। ଘର ସାମ୍ନାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି। ତେବେ ଏନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

Leave A Reply

Your email address will not be published.