ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅତି ଭୀଷଣ ବାତ୍ୟା ରେ ପରିଣତ ହେଲା ମୋକା

0

ଭୁବନେଶ୍ବର: ଅତି ଭୀଷଣ ବାତ୍ୟା ମୋକା ଏବେ କେନ୍ଦ୍ରୀୟ ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ସକ୍ରିୟ ରହିଛି। ଏବେ ଘଣ୍ଟା ପ୍ରତି ପ୍ରାୟ ୧୩ କିମି ବେଗ ରେ ଉତ୍ତର ଦିଗ ରେ ଅଗ୍ରସର ହେଉଛି। ଏବେ ବାତ୍ୟା ଅଞ୍ଚଳ ରେ ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୧୨୦-୧୩୦ ସର୍ବାଧିକ ୧୪୫ କିମି ରହିଛି। ବାତ୍ୟା ଅଧିକ ଶକ୍ତିଶାଳୀ ହେବା ସଙ୍ଗେ ସଙ୍ଗେ ପବନ ର ବେଗ ବଢିବ।

ମୋକା ଆଉ କିଛି ସମୟ ପରେ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଗତି କରି ଆସନ୍ତା କାଲି ସକାଳ ବେଳକୁ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ର ରୂପ ନେଇପାରେ। ମୋକା ୧୪ ତାରିଖ ମଧ୍ୟାହ୍ନ ରେ ଦକ୍ଷିଣ ପୂର୍ବ ବାଂଲାଦେଶ – ମିଆଁମାର ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।

ଉପଗ୍ରହ ରୁ ଉତ୍ତୋଳନ କରାଯାଇଥିବା ଚିତ୍ର ଦର୍ଶାଉଛି ଯେ, ଓଡ଼ିଶା ର କିଛି ଅଞ୍ଚଳ ରେ ମୋକାର ବାହ୍ୟ ବାଦଲ ରହିଛି। ଆସନ୍ତା କାଲି ଉପକୂଳ ଓଡ଼ିଶା ଓଡ଼ିଶା ରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ । କିଛି ଅଞ୍ଚଳ କୋହଲା ପାଗ ରହିପାରେ।। ୨ ଦିନ ପରେ ଓଡ଼ିଶା ରେ ବଢିବ ଦିନ ତାପମାତ୍ରା। ତେଣୁ ଖରା ଓ ଗୁଳୁଗୁଳି ୧୯ ତାରିଖ ଯାଏଁ ଜାରି ରହିବ।

ପୂର୍ବାନୁମାନ – ସାର୍ଥକ ମିଶ୍ର ( ପାଣିପାଗ ଗବେଷକ)

Leave A Reply

Your email address will not be published.