ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌ର ନର୍ସମାନଙ୍କ ସେବା ଅତୁଳନୀୟ ଥିଲା: ଶାଶ୍ୱତୀ ଦାସ

0

ଭୁବନେଶ୍ୱର,୧୨/୦୫ : କରୋନା ମହାମାରୀ ସମୟରେ ସମ୍ କୋଭିଡ ହସ୍ପିଟାଲ୍‌କୁ ଆସୁଥିବା ସଂକ୍ରମିତମାନଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା କ୍ଷେତ୍ରରେ ନର୍ସମାନଙ୍କର ଭୂମିକା ଅତୁଳନୀୟ ଥିଲା । କୋଭିଡ ସମୟରେ ହିଁ ସେମାନଙ୍କର ଦକ୍ଷତା ପ୍ରତିପାଦିତ ହୋଇଥିଲା ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ କହିଛନ୍ତି ।

ଆନ୍ତର୍ଜାତିକ ନର୍ସେସ ଦିବସ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଥିଲେ ଯେ ମହାମାରୀ ସମୟରେ ନର୍ସମାନଙ୍କର ସେବା ଓ ଚିକିତ୍ସା ଯୋଗୁଁ ହିଁ ଅନେକ ରୋଗୀ ସୁସ୍ଥ ହୋଇ ଘରକୁ ଫେରିପାରିଥିଲେ । ଏପରିକି ସମ୍ ହସ୍ପିଟାଲ୍‌କୁ ଆସୁଥିବା ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରିଲା ପରେ ନର୍ସମାନଙ୍କର ସେବା ଓ ଯତ୍ନକୁ ମନେ ପକାଇଥାନ୍ତି ବୋଲି ସେ କହିଥିଲେ ।

କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ସହାୟତାରେ ସମ୍ ହସ୍ପିଟାଲ୍ ପକ୍ଷରୁ ୫ଟି କୋଭିଡ ହସ୍ପିଟାଲ୍ ଓଡ଼ିଶାର ୫ ଟି ସ୍ଥାନରେ ସ୍ଥାପନ କରାଯାଇ ରୋଗୀମାନଙ୍କର ଚିକିତ୍ସା କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଫେସ୍‌ନାଲ୍ ଏକ୍ସପର୍ଟ ଭାବେ ଆଇଜିଏଚ୍ ନର୍ସିଂ ସ୍କୁଲ, ରାଉରକେଲାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତି ଭାରତୀ କର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନର୍ସିଂ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ବିଷୟରେ ମତବ୍ୟକ୍ତ କରିଥିଲେ । ନର୍ସମାନେ ଅଧିକ ଶିକ୍ଷିତ ଓ ଉତ୍ତମ ବିଚାରଶକ୍ତି ବିଶିଷ୍ଟ ହେବା ଆବଶ୍ୟକ ବୋଲି କହିବା ସହ ଏହା ଦ୍ୱାରା ହସ୍ପିଟାଲ୍‌ରେ ସେମାନେ ଉତମ ରୋଗୀ ସେବା କରିପାରିବେ ବୋଲି ସେ କହିଥିଲେ ।

ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଜନ୍ମ ଦିବସ ମେ ୧୨ ତାରିଖକୁ ଆନ୍ତର୍ଜାତିକ ନର୍ସେସ ଦିବସ ରୂପେ ପାଳନ କରାଯାଉଥିବା ବେଳେ ପ୍ରତ୍ୟେକ ନର୍ସମାନଙ୍କ ମଧ୍ୟରେ ଜଣେ ଜଣେ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ପ୍ରତିଛବି ଦେଖାଯାଏ ବୋଲି ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ମତବ୍ୟକ୍ତ କରିଥିଲେ । ସମ୍ ହସ୍ପିଟାଲ୍‌ରେ ପ୍ରାୟ ୧୬୦୦ରୁ ଊର୍ଦ୍ଧ୍ୱ ନର୍ସ କାର୍ଯ୍ୟରତ ଥିବା ବେଳେ ଏହିମାନେ ହିଁ ହସ୍ପିଟାଲ୍‌ର ମେରୁଦଣ୍ଡ ବୋଲି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ପ୍ରଫେସର ସାମନ୍ତସିଂହାର ।

ନର୍ସମାନେ ରୋଗୀଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ । ଡାକ୍ତରମାନେ ଚିକିତ୍ସା ନିମନ୍ତେ ପରାମର୍ଶ ଦେଉଥିବା ବେଳେ ନର୍ସମାନେ ତାହାକୁ କାର୍ଯ୍ୟକାରି କରିଥାନ୍ତି ବୋଲି କହିଛନ୍ତି କାର୍ଯ୍ୟକ୍ରମରେ ଅନ୍ୟତମ ସ୧ାନିତ ଅତିଥି ଭାବେ ଯୋଗ ଦେଇଥିବା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ୍ ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର ରାଜେଶ ଲେଙ୍କା ।

ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର ତଥା ସିନିୟର ନର୍ସିଂ ଏଜୁକେଟର କୁମାରୀ ନିବେଦିତା ରାଉତ ଚଳିତ ବର୍ଷର ଆନ୍ତର୍ଜାତିକ ନର୍ସେସ ଦିବସର ଥିମ୍ “ଆୱାର ନର୍ସେସ୍‌, ଆୱାର ଫ୍ୟୁଚର” ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ।

ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ନିରୁପମା ଡଗର ନର୍ସମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଶପଥ ପାଠ କରାଇଥିଲେ । ନର୍ସିଂ ଏଜୁକେଟର ଶ୍ରୀମତି ରେଣୁଲତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କେକ୍ କଟାଯାଇଥିବା ବେଳେ ନର୍ସମାନଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସିଭିଓ ତଥା ଡାଇରେକ୍ଟର ରିସୋର୍ସେସ୍ ଶ୍ରୀ ଯୁଗଳ ଦାସ, ଓଏସ୍‌ଡି ଶ୍ରୀ ପ୍ରହ୍ଲାଦ ମହାନ୍ତି, ଡେପୁଟି ଡାଇରେକ୍ଟର ଶ୍ରୀ ପ୍ରିୟବ୍ରତ ଦାସ ଓ ଡେପୁଟି ନସି ର୍ଂ ସୁପରିଟେଣ୍ଡେଂଟ ଶ୍ରୀମତି କମଳିନୀ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ସମ୍ ନର୍ସିଂ କଲେଜ ପକ୍ଷରୁ ମଧ୍ୟ ଶୁକ୍ରବାର ଆନ୍ତର୍ଜାତିକ ନର୍ସେସ୍ ଦିବସ ପାଳନ କରାଯାଇଛି । ଏହି ଅବସରରେ ସୋସାଇଟି ଅଫ୍‌ ମିଡ୍‌ୱାଇଭ୍‌ସ ଇଣ୍ଡିଆ (ସୋମି) ଓଡ଼ିଶା ଶାଖାର ସମ୍ପାଦିକା ପ୍ରଫେସର ଅମ୍ରିତା ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସ୧ାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ ନସି ର୍ଂ କଲେଜର ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ତପତି ଶାହା ଓ ଆସୋସିଏଟ୍ ଡିନ୍‌ ପ୍ରଫେସର ସସ୍ମିତା ଦାସ ଉପସ୍ଥିତ ଥିଲେ ।

ଏହି ଅବସରରେ ଏସ୍‌ଏନ୍‌ସିର ଏକ ନ୍ୟୁଜ ଲେଟର ଉନ୍ମୋଚନ କରାଯାଇଥିଲା ଓ ଚାରିଜଣ ଏଏନ୍‌ଏମ୍‌ଙ୍କୁ ସ୧ାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆସିଷ୍ଟାଂଟ ପ୍ରଫେସର ମୋନାଲିସା ମିଶ୍ର ଓ ମିସ୍ମିତା ସାହୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.