ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସୋଆକୁ ନୂଆଦିଲ୍ଲୀରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ

0

ଭୁବନେଶ୍ୱର, ୧୫/୦୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍‌ଆର୍ ଇଣ୍ଡିଆ ନ୍ୟାସ୍‌ନାଲ୍ଏ ଚ୍‌ଆର୍ କନ୍‌ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସ୧ାନ ପ୍ରଦାନ କରାଯାଇଛି । ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଅଫିସର୍ ଅନ୍ ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଶୈକ୍ଷିକ ଉତ୍କର୍ଷତା ଓ ଉଚ୍ଚ ଶିକ୍ଷାକୁ ନେଇ ଅଭିନବ କାର୍ଯ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି । ଗବେଷଣା ଏବଂ ସ୍କଲାରସିପ୍ ପ୍ରଦାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ସାହାଯ୍ୟ, ସହଯୋଗ ଓ ପ୍ରୋତ୍ସାହନ ଦେଇଆସୁଛି । ଏହି ଏକ ଦିବସୀୟ କାର୍ଯ୍ୟକ୍ରମଟି ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଏହି ସ୧ିଳନୀରେ “ହାର୍ଟ ସେଂଟ୍ରିକ ଅର୍ଗାନାଇଜେସନ୍ ଆଣ୍ଡ ମାଇଣ୍ଡ ସେଂଟ୍ରିକ୍‌ ପରଫର୍ମାନ୍ସ”, “ରୋଲ ଅଫ୍ ଏଚ୍‌ଆର୍ ଇନ୍ ଦ ଏଜ୍ ଅଫ୍ ଏଆଇ/ଡିଜିଟାଲାଇଜେସନ୍‌”, “ହାପିଫିକେସନ୍‌”, “
କମ୍ପାସନେଟ୍ ଲିଡରସିପ୍‌: ଏ ମିଥ୍ ଅର୍ ରିଆଲିଟି”, “ଲିଡରସିପ୍ ଲେସନ୍ସ ଫ୍ରମ୍ ମହାଭାରତ” ଏବଂ “ଅଣ୍ଡରଷ୍ଟାଣ୍ଡିଙ୍ଗ୍ ସ୍ପିରିଚୁଆଲ ଇଂଟେଲିଜେନ୍ସ” ଭଳି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ କର୍ପୋରେଟ୍ ଓ ଶିଳ୍ପାନୁଷ୍ଠାନରୁ ପ୍ରାୟ ୨୦୦ ଏଚ୍‌ଆର୍ ନେତୃତ୍ୱ ଓ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ନୂଆଦିଲ୍ଲୀ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମ୍ୟାନେଜମେଂଟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଡିଜାଇନର ଶ୍ରୀ ସୁଧାଂଶୁ ମଣି, ଚିନ୍ମୟ ମିଶନ୍‌ର ସ୍ୱାମୀ ଚିଦ୍ରୁପାନନ୍ଦ, ପ୍ରତିଷ୍ଠିତ ଶିଳ୍ପପତି ଶ୍ରୀ ପ୍ରଦୀପ ମହାନ୍ତି, ସମାଜସେବୀ ଡକ୍ଟର ସୁନୀତା ପଚାରଙ୍କୁ ହାର୍ଟ ସେଂଟ୍ରିକ୍ସ ସମ୍ମାନ ପ୍ରଦାନ କରାଯାଇଥିଲା ।

ସେହିପରି ଅକ୍ୱିଲ୍ ବୁସରାଇ କନ୍‌ସଲ୍ଟିଙ୍ଗ୍‌ର ସିଇଓ ଡକ୍ଟର ଅକ୍ୱିଲ୍ ବୁସରାଇଙ୍କୁ ଆଇକନିକ୍‌ ଏଚ୍‌ଆର୍ ଲିଡର ଓ ମେଂଟର ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌ର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ ମହାପାତ୍ର, ଏନ୍‌ଡିଆଇଏମ୍‌ର ଅଧ୍ୟକ୍ଷ ଶ୍ରୀ ଭି.ଏମ୍‌. ବଂଶଲ୍‌, ଏଚ୍‌ଆର୍ ଇଣ୍ଡିଆ ଫୋରମ୍ ସଭାପତି ତଥା ଗ୍ଲୋବାଲ୍ ଏଚଆର୍ ଫୋରମ୍‌ର ଉପଦେଷ୍ଟା ଶ୍ରୀ ସମର ମହାପାତ୍ର, ଚିତ୍ରକଳା ଓ କାରୁକାର୍ଯ୍ୟ ବିଶେଷଜ୍ଞ ଶ୍ରୀମତି ପୁଷ୍ପା ସାହୁ ଏବଂ ଆଧ୍ୟାତ୍ମିକ ଶିକ୍ଷକ ଶ୍ରୀ ଭି.ପି ସିଂହ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.