ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ସୋଆକୁ ନୂଆଦିଲ୍ଲୀରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସମ୍ମାନ ପ୍ରଦାନ

0

ଭୁବନେଶ୍ୱର, ୧୫/୦୫ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଗତ ଶନିବାର ଦିନ ନୂଆଦିଲ୍ଲୀ ଠାରେ ଆୟୋଜିତ ଏଚ୍‌ଆର୍ ଇଣ୍ଡିଆ ନ୍ୟାସ୍‌ନାଲ୍ଏ ଚ୍‌ଆର୍ କନ୍‌ଫରେନ୍ସରେ “ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା” ସ୧ାନ ପ୍ରଦାନ କରାଯାଇଛି । ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଅଫିସର୍ ଅନ୍ ସ୍ପେଶାଲ ଡ୍ୟୁଟି ଶ୍ରୀ ପ୍ରୀତମ ନାୟକ ଏହି ସମ୍ମାନ ଗ୍ରହଣ କରିଥିଲେ ।

ଶୈକ୍ଷିକ ଉତ୍କର୍ଷତା ଓ ଉଚ୍ଚ ଶିକ୍ଷାକୁ ନେଇ ଅଭିନବ କାର୍ଯ୍ୟ କ୍ଷେତ୍ରରେ ଉତ୍କୃଷ୍ଟ ସଫଳତା ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି । ଗବେଷଣା ଏବଂ ସ୍କଲାରସିପ୍ ପ୍ରଦାନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅନେକ ସାହାଯ୍ୟ, ସହଯୋଗ ଓ ପ୍ରୋତ୍ସାହନ ଦେଇଆସୁଛି । ଏହି ଏକ ଦିବସୀୟ କାର୍ଯ୍ୟକ୍ରମଟି ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଏହି ସ୧ିଳନୀରେ “ହାର୍ଟ ସେଂଟ୍ରିକ ଅର୍ଗାନାଇଜେସନ୍ ଆଣ୍ଡ ମାଇଣ୍ଡ ସେଂଟ୍ରିକ୍‌ ପରଫର୍ମାନ୍ସ”, “ରୋଲ ଅଫ୍ ଏଚ୍‌ଆର୍ ଇନ୍ ଦ ଏଜ୍ ଅଫ୍ ଏଆଇ/ଡିଜିଟାଲାଇଜେସନ୍‌”, “ହାପିଫିକେସନ୍‌”, “
କମ୍ପାସନେଟ୍ ଲିଡରସିପ୍‌: ଏ ମିଥ୍ ଅର୍ ରିଆଲିଟି”, “ଲିଡରସିପ୍ ଲେସନ୍ସ ଫ୍ରମ୍ ମହାଭାରତ” ଏବଂ “ଅଣ୍ଡରଷ୍ଟାଣ୍ଡିଙ୍ଗ୍ ସ୍ପିରିଚୁଆଲ ଇଂଟେଲିଜେନ୍ସ” ଭଳି ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଷ୍ଠିତ କର୍ପୋରେଟ୍ ଓ ଶିଳ୍ପାନୁଷ୍ଠାନରୁ ପ୍ରାୟ ୨୦୦ ଏଚ୍‌ଆର୍ ନେତୃତ୍ୱ ଓ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ନୂଆଦିଲ୍ଲୀ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ମ୍ୟାନେଜମେଂଟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଡିଜାଇନର ଶ୍ରୀ ସୁଧାଂଶୁ ମଣି, ଚିନ୍ମୟ ମିଶନ୍‌ର ସ୍ୱାମୀ ଚିଦ୍ରୁପାନନ୍ଦ, ପ୍ରତିଷ୍ଠିତ ଶିଳ୍ପପତି ଶ୍ରୀ ପ୍ରଦୀପ ମହାନ୍ତି, ସମାଜସେବୀ ଡକ୍ଟର ସୁନୀତା ପଚାରଙ୍କୁ ହାର୍ଟ ସେଂଟ୍ରିକ୍ସ ସମ୍ମାନ ପ୍ରଦାନ କରାଯାଇଥିଲା ।

ସେହିପରି ଅକ୍ୱିଲ୍ ବୁସରାଇ କନ୍‌ସଲ୍ଟିଙ୍ଗ୍‌ର ସିଇଓ ଡକ୍ଟର ଅକ୍ୱିଲ୍ ବୁସରାଇଙ୍କୁ ଆଇକନିକ୍‌ ଏଚ୍‌ଆର୍ ଲିଡର ଓ ମେଂଟର ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍‌ର ପୂର୍ବତନ ମାନବସମ୍ବଳ ନିର୍ଦ୍ଦେଶକ ଶ୍ରୀ ରଞ୍ଜନ ମହାପାତ୍ର, ଏନ୍‌ଡିଆଇଏମ୍‌ର ଅଧ୍ୟକ୍ଷ ଶ୍ରୀ ଭି.ଏମ୍‌. ବଂଶଲ୍‌, ଏଚ୍‌ଆର୍ ଇଣ୍ଡିଆ ଫୋରମ୍ ସଭାପତି ତଥା ଗ୍ଲୋବାଲ୍ ଏଚଆର୍ ଫୋରମ୍‌ର ଉପଦେଷ୍ଟା ଶ୍ରୀ ସମର ମହାପାତ୍ର, ଚିତ୍ରକଳା ଓ କାରୁକାର୍ଯ୍ୟ ବିଶେଷଜ୍ଞ ଶ୍ରୀମତି ପୁଷ୍ପା ସାହୁ ଏବଂ ଆଧ୍ୟାତ୍ମିକ ଶିକ୍ଷକ ଶ୍ରୀ ଭି.ପି ସିଂହ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.