ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ

0

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ । କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ । ୩ହଜାର ୨୨୨ ସ୍କୁଲରେ ଶତପ୍ରତିଶତ ରେଜଲ୍ଟ । ଚଳିତବର୍ଷ ମାଟ୍ରିକ ପାସ୍ ହାର ୯୬.୪ ପ୍ରତିଶତ ରହିଛି । ଛାତ୍ରୀଙ୍କ ପାସ୍ ହାର ୯୭.୦୫ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୫.୭୫ ପ୍ରତିଶତ ରହିଛି । ମୋଟ ୫ଲକ୍ଷ ୧୬ ହଜାର ୪୨୬ ପିଲା ପାସ୍ କରିଛନ୍ତି ।

କଟକ ଓ ଜଗତସିଂପୁର  ଜିଳ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯ ପ୍ରତିଶତ ରହିଛି । ମାଲକାନଗିରିରେ ସର୍ବନିମ୍ନ ପାସ ହାର ୯୨.୬୮ ପ୍ରତିଶତ ରହିଛି  । ଏ-ୱାନରେ ୪ହଜାର ୧୫୮ ଜଣ , ଏ-ଟୁ ରେ ୨୯ ହଜାର ୮୩୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିଭଳି ବି-ୱାନରେ ୭୭ହଜାର ୫୬୭ ଜଣ, ବି-ଟୁ ରେ ୧ଲକ୍ଷ ୧୮ହଜାର ୭୫୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।

ସୂଚନାଯୋଗ୍ୟ: ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରେଜଲ୍ଟ ବୁକ୍ ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି । ମଧ୍ୟମା ଓ ରାଜ୍ୟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇଛି । ବୋର୍ଡ ଓ୍ବେବସାଇଟ www.bseodisha.ac.inରୁ ପରୀକ୍ଷାର୍ଥୀମାନେ ରେଜଲ୍ଟ ଜାଣିପାରିବେ । ସେହିପରି OR 10 space ରୋଲ୍ ନମ୍ବର ଲେଖି 5676750କୁ ଏସଏମଏସ କଲେ ଫଳ ଜଣାପଡ଼ିବ । ଚଳିତବର୍ଷ ୫ ଲକ୍ଷ ୧୬ ହଜାର ୪୨୬ ପିଲା ପାସ୍ ହୋଇଛନ୍ତି । ଗତ ମାର୍ଚ୍ଚ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ହୋଇଥିଲା । 

Leave A Reply

Your email address will not be published.