ପ୍ରମୁଖ ଖବର

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଯୁକ୍ତ ୨ କଳା ଓ ଅନ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ ଜୁନ ମାସ ୮ ତାରିଖ ପରେ ବାହାରିବାର ସମ୍ଭାବନା ରହିଛି
ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା, ନବଦିନାତ୍ମକ ଯାତ୍ରା ପାଇଁ ସଜାଗ କମିଶନରେଟ୍ ପୋଲିସ
ରଥଯାତ୍ରା ପାଇଁ ହେଲା ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ଆରମ୍ଭ ହେବ ରଥଟଣା
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର
ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ମହିଳାଙ୍କ ପାଇଁ ମାଗଣା ବସ୍‌ ଯାତ୍ରା
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣଦର୍ଶନ
ପ୍ରଥମଥର ପାଇଁ ଓଡିଶା ତରଫରୁ ଆୟୋଜନ କରାଯାଉଛି ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ଟିକେଟ ଦେଲେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ
ଶ୍ରୀମନ୍ଦିରରେ ବ୍ୟବହାର ହେବ ସାତ୍ୱିକ ରେଶମ ବସ୍ତ୍ର: ବଦଳିବ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ପ୍ରସ୍ତୁତି ପ୍ରଣାଳୀ
ରଦ୍ଦ ହୋଇପାରେ ୧୫୦ଟି ମେଡିକାଲ କଲେଜର ମାନ୍ୟତା, ଏନଏମସି ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ

ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ରେ କର୍ମଶାଳା ଆୟୋଜିତ

0

ଭୁବନେଶ୍ୱର,୨୦/୫: ସଂକ୍ରମଣ ନିରାକରଣ ଓ ନିୟନ୍ତ୍ରଣ ନେଇ ସମ୍ ଅଲ୍ଟିମେଟ ମେଡିକେୟାରରେ ଶନିବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲ୍‌ର ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ସମେତ ନର୍ସ, ପାରାମେଡିକ୍ସ ଓ ଲାବାରେଟୋରୀ ଟେକ୍ନିସିଆନ୍‌ମାନେ ଯୋଗ ଦେଇଥିଲେ ।

ଆଡଭାନ୍ସଡ ଷ୍ଟେରିଲାଇଜେସନ୍ ପ୍ରଡକ୍ଟସ୍ (ଏଏସ୍‌ପି) ଓ ସମ୍‌ର ମିଳିତ ସହଯୋଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଥିଓରେଟିକାଲ୍ ଲେକ୍‌ଚର ଓ ପ୍ରାକ୍ଟିକାଲ୍ ସେସନ୍ ଆୟୋଜନ କରାଯାଇଥିଲା । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ନିଜ ବକ୍ତବ୍ୟରେ ଉପଯୁକ୍ତ ସଂକ୍ରମଣ
ନିରାକରଣ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଉତମ ଓ ସୁରକ୍ଷିତ ସ୍ୱାସ୍ଥ୍ୟସେବା ନିମନ୍ତେ ଏହା ହିଁ ପ୍ରକୃଷ୍ଟ ମାଧ୍ୟମ ବୋଲି ସେ କହିଥିଲେ ।

ଏହି କର୍ମଶାଳା ଦ୍ୱାରା ଏଥିରେ ଯୋଗ ଦେଇଥିବା ବ୍ୟକ୍ତିବିଶେଷଙ୍କୁ ସଂକ୍ରମଣ ବିପଦମୁକ୍ତ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନେଇ ଏକ ବିସ୍ତୃତ ଓ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ସେ କହିଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍‌ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡକ୍ଟର) ବିରାଜ ମୋହନ ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡକ୍ଟର ପ୍ରଶାନ୍ତ କୁମାର ପଣ୍ଡା, କ୍ରିଟିକାଲ୍ କେୟାର ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ, ମାଇକ୍ରୋ ବାୟୋଲୋଜି ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ପୁରବୀ ବରାଳ ଏବଂ ଏଏସ୍‌ପିର ସିନିୟର ମ୍ୟାନେଜର ଶ୍ରୀମତି ବର୍ଣ୍ଣାଳୀ ବାନିକ୍ ପ୍ରମୁଖ ଉପସ୍ଥିତ ଥିଲେ ।

ନିକଟରେ ଘଟିଯାଇଥିବା ମାରାତ୍ମକ କୋଭିଡ ମହାମାରୀ ସମ୍ପର୍କରେ ତଥ୍ୟ ରଖି ବ୍ରିଗେଡିୟର ମିଶ୍ର କହିଥିଲେ ଯେ ଏହା ମଣିଷର ଜୀବନର ଗୁଣବତାକୁ ମଧ୍ୟ ପ୍ରଭାବିତ କରିଥିଲା । ତେଣୁ ଭବିଷ୍ୟତରେ ଏଭଳି କୌଣସି ମାରାତ୍ମକ ବ୍ୟାଧିର ପ୍ରତିରୋଧ କରିବା ନିମନ୍ତେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଂକ୍ରମଣର ନିରାକରଣ ଓ ନିୟବଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ସୁରକ୍ଷିତ ସ୍ୱାସ୍ଥ୍ୟସେବା ନିମନ୍ତେ ସଂକ୍ରମଣକୁ ସମ୍ପୂର୍ଣ୍ଣ ରୂପେ ରୋକିବା ଆବଶ୍ୟକ ବୋଲି ଡାକ୍ତର ପଣ୍ଡା କହିଥିଲେ ।

ସେହିପରି ଡାକ୍ତର ରାୟ କହିଥିଲେ ୧୯୯୨ ମସିହାରେ ଆଇସିୟୁରେ ଉତମ ସ୍ୱାସ୍ଥ୍ୟସେବାକୁ ଧ୍ୟାନ ଦିଆଯାଇଥିଲା । ଏକ ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଆଇସିୟୁରେ କ୍ୟାଥେଟର ଲାଗିଥିବା ରୋଗୀଙ୍କ ମଧ୍ୟରୁ ୬୩ ପ୍ରତିଶତଙ୍କ ଠାରେ ପରିସ୍ରାରେ ସଂକ୍ରମଣ ହେଉଥିଲା । ମାତ୍ର ଚିକିତ୍ସା ବିଜ୍ଞାନରେ ଉନ୍ନତି ଘଟିବା ସହିତ ସଂକ୍ରମଣକୁ ନିରାକରଣ କରିବାକୁ ଅନେକ ପଦକ୍ଷେପ ନିଆଯାଉଛି । ତେଣୁ ଆଇସିୟୁରେ କ୍ୟାଥେଟର ଲାଗିଥିବା ରୋଗୀଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ରୋଗୀଙ୍କ ଠାରେ ବର୍ତମାନ ସଂକ୍ରମଣ ଦେଖିବାକୁ ମିଳୁଛି । ମାତ୍ର ଏହାକୁ ସମ୍ପୂର୍ଣ୍ଣ ନିରାକରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

ଏହି ଅବସରରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ର ମାଇକ୍ରୋ ବାୟୋଲୋଜି ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ସୁନୀତା ସାହୁ ଏବଂ ଆମ୍ରି ହସ୍ପିଟାଲ୍‌ର ସିନିୟର କନ୍‌ସଲଟାଂଟ ଡାକ୍ତର ବିଭୁଦତ ରାଉତରାୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.