ପ୍ରମୁଖ ଖବର

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା, ମାସିକ ଦରମା ୪, ୯୦୦ ଟଙ୍କା ବୃଦ୍ଧି କଲେ ସରକାର
ଶ୍ରୀମନ୍ଦିରରେ ଜୈବିକ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ
ଅଯୋଧ୍ୟା ରାମ ମନ୍ଦିରର ପ୍ରଧାନ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କ ପରଲୋକ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉପରେ ଆତଙ୍କବାଦୀ ଆକ୍ରମଣ ଧମକ
ଡିଜିଟାଲାଇଜ୍ ହେଲା ବିଧାନସଭା, ଟ୍ୟାବରୁ ପଢ଼ିବେ ବିଧାୟକ
ଶିଖ୍‌ ଦଙ୍ଗା ଘଟଣାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ
କାଠଯୋଡି ନଦୀ କୂଳରୁ ଯୁକ୍ତ ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର
୧୮ରୁ +୨ ପରୀକ୍ଷା ଆରମ୍ଭ , ହବକୁ ଗଲା ପ୍ରଶ୍ନପତ୍ର

ଗିରଫ ହେଲେ କୋଟିପତି ପୁଲିସ ବାବୁ

0

ବରଗଡ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୁଲିସ ବାବୁ। ବରଗଡ଼ ଜିଲ୍ଲା ଗାଇସିଲାଟ ଆଇଆଇସି ବିରବର ଭଗତ ପୁଲିସ ଦ୍ବାରା ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ପରେ ଭିଜିଲାନ୍ସ ଜାଲରେ ଫସିଥିଲେ ଗାଇସିଲାଟ ଥାନାଧିକାରୀ ବୀରବର ଭଗତ। ସୋମବାର ରାତି ସାଢ଼େ ୩ଟା ସମୟରେ ଭିଜିଲାନ୍ସ ବିଭାଗ ଏକକାଳୀନ ଭାବେ ଶ୍ରୀ ଭଗତଙ୍କ ଗାଇସିଲାଟ୍‌ସ୍ଥିତ ସରକାରୀ ଘର ଓ ଅଫିସ୍‌, ସମ୍ବଲପୁର ଅଇଁଠାପାଲି ଥାନା ଅନଗୁଲିଆପଡ଼ାସ୍ଥିତ ଘର ଏବଂ ସମ୍ବଲପୁର ସଦର ଥାନା ଅନ୍ତର୍ଗତ କବରାପାଲିସ୍ଥିତ ଫାର୍ମ ହାଉସ୍‌ରେ ଚଢ଼ଉ କରିଥିଲା।

ତେବେ ଚଢ଼ଉ ପରେ ସମ୍ବଲପୁର ଅଇଁଠାପାଲି ଅଞ୍ଚଳରେ ତାଙ୍କ ଦୁଇମହଲା କୋଠା, ଫାର୍ମ ହାଉସ୍‌, ସମ୍ବଲପୁର ବହିଦାରପାଲିରେ ବେନାମୀ ୨.୬୧ଏକର ଜମି, ଅଇଁଠାପାଲିରେ ୦.୨୪ ଏକର ଜମି, ସୁନ୍ଦରଗଡ଼ ବଣାଇ ଅଞ୍ଚଳରେ ୨.୧୪ ଏକର, ୧.୦୬ ଏକର ଏବଂ ୦.୧୯ ଏକର ବିଶିଷ୍ଟ ଜମିଥିବା ଜଣାପଡ଼ିଛି।

ସେହିପରି ତାଙ୍କ ପାଖରେ ୧୬୫ ଗ୍ରାମ ଓଜନର ସୁନା ଗହଣା, ନଗଦ ୭୯,୪୬୦ ଟଙ୍କା, ୨ଟି କାର୍‌ ଏବଂ ଦୁଇଟି ବାଇକ୍‌ ଥିବା ଯାଞ୍ଚରୁ ଭିଜିଲାନ୍ସ ଟିମ୍‌ ପାଇଥିଲା। ଚଢ଼ଉ ବେଳେ ଭିଜିଲାନ୍ସ ବିଭାଗର ୨ଜଣ ଡିଏସ୍‌ପି, ୭ଜଣ ଇନ୍ସପେକ୍ଟର, ୨ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ୍‌ ଥିଲେ।

Leave A Reply

Your email address will not be published.