ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ବିଜୁଳି ପ୍ରସଙ୍ଗରେ ଏମିତି ପ୍ରତିକ୍ରିୟା ରଖିଲେ ଧର୍ମେନ୍ଦ୍ର

0
  • ଅଘୋଷିତ ବିଦ୍ୟୁତ କାଟ ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ
  • ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଦୁର୍ଭାଗ୍ୟଜନକ
  • ଓଡ଼ିଶାରେ ଶାସନ ବିଫଳ ହୋଇଛି, ଶାସକ ଦଳର ନିର୍ବାଚିତ ପ୍ରତିନିଧି ମାନେ ନିଜ କାମରେ ନାହାନ୍ତି
  • ଯଦି ଶାସନ ମୁଖ୍ୟ, ଶାସନ ବ୍ୟବସ୍ଥା ହୁଗୁଳି ଗଲା ପରେ ଚଳିବନି ବୋଲି କହିବେ, ତେବେ କିଏ ଚଲାଇବ ?
  • ସରକାର ବିଜୁଳି ବିତରଣ ସଂସ୍ଥା ସହ କରିଥିବା ଚୁକ୍ତିକୁ କ୍ରିୟାନ୍ଵୟନ କରାଯାଉ

ଭୁବନେଶ୍ୱର: ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ,  କିନ୍ତୁ ରାଜ୍ୟରେ ଦୀପ ତଳ ଅନ୍ଧାର ବୋଲି ଅଘୋଷିତ ବିଦ୍ୟୁତ କାଟ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି ଓଡ଼ିଶାରେ କିଛି ଦିନ ହେଲା ବିଚିତ୍ର କଥା ଦେଖିବାକୁ ମିଳୁଛି। ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ବକ୍ତବ୍ୟ ଶୁଣିବାକୁ ମିଳୁଛି। ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ। ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ ଓ ଲୋକ ମାନେ ଆଲୋକ ପାଆନ୍ତି। କିନ୍ତୁ ଯେମିତି ଦୀପ ତଳ ଅନ୍ଧାର, ସେମିତି ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକ ହଇରାଣ ହେଉଛନ୍ତି। ଓଡ଼ିଶାରେ ଶାସନ ବିଫଳ ହୋଇଛି। ଶାସକ ଦଳର ନିର୍ବାଚିତ ପ୍ରତିନିଧି ମାନେ ତାଙ୍କ କାମରେ ନାହାନ୍ତି । ଯେଉଁମାନେ ସମ୍ଭାଳିବା କଥା ସେମାନେ ପ୍ରଚାର ଧର୍ମୀ କାମରେ ଲାଗିଛନ୍ତି।

ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯଦି ଶାସନ ମୁଖ୍ୟ, ଶାସନ ବ୍ୟବସ୍ଥା ହୁଗୁଳି ଗଲା ପରେ ଚଳିବନି ବୋଲି କହିବେ, ତେବେ କିଏ ଚଲାଇବ? ଶକ୍ତି ମନ୍ତ୍ରୀ ବିତଣ୍ଡା ତର୍କ ବାଢ଼ଛନ୍ତି। ମନ୍ତ୍ରୀ ଓ ସଚିବ ମାନଙ୍କ ବକ୍ତବ୍ୟରେ ତାଳମେଳ ନାହିଁ। ତେଣୁ ଏହା ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଆଡ଼କୁ ଯାଉଛି। ବୟାନ ବାଜି ଏବଂ ସାଙ୍କେତିକ କାମରୁ ସରକାର ନିବୃତ୍ତ ହୋଇ ଗଭର୍ଣ୍ଣାସ କାମରେ ଲାଗନ୍ତୁ। ଯେଉଁ କମ୍ପାନିକୁ ବିଜୁଳି ବିତରଣ ଦାୟିତ୍ଵ ଦେଇଛନ୍ତି, ତାଙ୍କ ସହ ଲୋକଙ୍କୁ ନିରନ୍ତର ବିଜୁଳି ବିତରଣ ହେବା ନେଇ ସରକାର ନିଶ୍ଚିତ ଭାବେ ଚୁକ୍ତି କରିଥିବେ। ତେଣୁ ଯେଉଁ ଚୁକ୍ତି କରିଯାଇଛି ତାକୁ କ୍ରିୟାନ୍ଵୟନ କରାଯାଉ।

ସାଧାରଣ ଜନତା ତଥା ବିଦ୍ୟୁତ ଉପଭୋକ୍ତ  ଶୁଳ୍କ ଦେଉଛନ୍ତି। ଏ ଖରା ଓ ଅସହ୍ୟ ଗୁଳୁଗୁଳି ବେଳେ ଅଭାବନୀୟ ପରିସ୍ଥିତି ହେଉଛି। ତେଣୁ ଯେତେବେଳେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡେ, ସେତେବେଳେ ଲୋକଙ୍କୁ ଏ ପ୍ରକାର ଦୁର୍ଦ୍ଦଶା ଭୋଗିବା ପାଇଁ ପଡେ।  ଯେତେବେଳେ ମନ୍ତ୍ରୀ କହିବେ, ଏଇଟା ପାୱାର କଟ ନୁହେଁ। ମୁଖ୍ୟ ଶାସନ ସଚିବ ବିତରଣ କମ୍ପାନୀକୁ ଆଙ୍ଗୁଳି ଦେଖାଇବେ। ଯଦି ଶାସନରେ ଥିବା ବ୍ୟକ୍ତି ମାନେ ଓଡ଼ିଆ ଲୋକ ମାନେ ଏତେ ସରଳ ଓ ବୋକା ବୋଲି ଭାବୁଛନ୍ତି, ତାହେଲେ ଏହା ଗଣତନ୍ତ୍ର ପାଇଁ ଏହା ଭଲ ଲକ୍ଷଣ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.