ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଆଜି ପହିଲି ରଜ : ଧୂମଧାମରେ ପାଳନ କରୁଛନ୍ତି ଓଡିଶାବାସୀ

0

ଭୁବନେଶ୍ୱର : ଆଜି ପହିଲି ରଜ। ରାଜ୍ୟର ବିଭିନ୍ନ ସ୍ଥାନରେ ରଜ ପର୍ବ ଧୂମଧାମରେ ପାଳନ କରାଯାଉଛି। ଉପକୂଳ ଓଡ଼ିଶାରେ ଆଜି ରଜ ପାଗ ହୋଇଥିବାରୁ ଏହା ମାହୋଲକୁ ଅଧିକ ସରସ କରିବ ବୋଲି କୁହାଯାଉଛି। ବିଶେଷ କରି ଏହା ହେଉଛି କୁଆଁରିଙ୍କ ପର୍ବ। ସଜବାଜ ହୋଇ ସେମାନେ ଆଜି ମଉଜ କରୁଛନ୍ତି। ତିନି ଦିନ ଧରି ଏପରି ଚାଲିବ। ଏହି ୩ ଦିନ କାମ ବନ୍ଦ। ନୂଆ ଡ୍ରେସ୍ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନ ଟିପା ଲଗାଇ ପାନ ଖାଇ ମଉଜ କରୁଛନ୍ତି । ରଜର ଆଉ ଏକ ଆକର୍ଷଣ ହେଲା ଦୋଳି । ଦୋଳି ଖେଳୁଛନ୍ତି ଝିଅମାନେ। ରଜର ସ୍ୱତନ୍ତ୍ର ଗୀତ ବି ରହିଛି।

ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି ହୋଇଛି। ପୋଡ଼ ପିଠାର ରହିଛି ସ୍ୱତନ୍ତ୍ର ଆକର୍ଷଣ। ପୋଡ଼ ପିଠା ଖାଇ ମଜା କରୁଛନ୍ତି ସମସ୍ତେ। ଏହା ସହିତ ରଜ ପାନର ବି ରହିଛି ସ୍ୱତନ୍ତ୍ରତା। ରଜ ସମୟରେ ତାସ୍, ବାଗୁଡ଼ି ଖେଳ ମଧ୍ୟ ହୋଇଥାଏ। ରଜପାଳନ ପାଇଁ କେତେକ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ ହୋଇଛି । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ପୂର୍ବରୁ ଗତକାଲି ଯାଇଛି ସଜବାଜ । କୁମାରୀମାନେ ଅଳତା, କୁଙ୍କୁମ ନାଇ ରଜ ପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି ।

ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲି ରଜ ସଂକ୍ରାନ୍ତି । ଭୂମି ଦହନ ପରେ ବସୁମତି ସ୍ନାନ କରାଯିବ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୩ ଦିନ ସେମାନ କୋଣସି କାମ କରିବାକୁ ବାରଣ କରାଯାଇଛି । ଏପରିକି ଫୁଙ୍ଗୁଳା ପାଦ ଧରିତ୍ରୀ ଉପରେ ରଖିବା ବି ମନା । ଏଥିପାଇଁ ଝିଅମାନେ ପାଦରେ ବାନ୍ଧିଥାନ୍ତି କଦଳି ପାଟୁକା । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ ।

Leave A Reply

Your email address will not be published.