ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୫ହଜାର ନୂଆ ଡାକ୍ତର ପଦବୀକୁ ମଞ୍ଜୁରୀ ଦେଲେ ରାଜ୍ୟପାଳ

0

ଭୁବନେଶ୍ବର: ରାଜ୍ୟରେ ସୃଷ୍ଟିହେଲା ୫ ହଜାର ନୂଆ ଡାକ୍ତର ପଦବୀ । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସପିଟାଲ ଓ ରାଉରକେଲା ଆଇଜିଏଚରେ ୬୮୯ଟି ନୂଆ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତ ହେବେ। ଏହି ନୂଆ ଡାକ୍ତର ପଦବୀକୁ ମଞ୍ଜୁର କରିଛନ୍ତି ରାଜ୍ୟପାଳ ।

ଏଥିପାଇଁ ପ୍ରତି ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏ ନୂଆ ପଦବୀ ସୃଷ୍ଟି ହୋଇଛି । ୩୭୫ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩୭୫୦ ଡାକ୍ତର ନିଯୁକ୍ତ ହେବେ । ପ୍ରତି ସିଏଚସିରେ ୧୦ଟି ଲେଖାଏ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ସେହିପରି ରାଜ୍ୟର ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୮୧ଟି ଡାକ୍ତର ପଦବୀ ସୃଷ୍ଟି ହୋଇଛି । ଭୁବନେଶ୍ବରର ୪ଟି ଓ ସୁନ୍ଦରଗଡ଼ର ଗୋଟିଏ ୟୁିଏଚସି ପାଇଁ ୧୩ଟେ ଲେଖାଏ ମୋଟ ୬୫ଟି ପଦବୀ ସୃଷ୍ଟି ହୋଇଥିବାବେଳେ କଟକର ସିଡିଏ, ଚାଉଳିଆଗଞ୍ଜରେ ୮ଟି ଲେଖାଏ ମୋଟ ୧୬ଟି ପଦବୀ ସୃଷ୍ଟି କରାଯାଇଛି ।

Leave A Reply

Your email address will not be published.