ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ରେଳରେ ଜେନେରାଲ କୋଚରେ ଯାତ୍ରା କରୁଥିବା ଲୋକମାନେ ପାଇବେ ସୁଲଭ ମୂଲ୍ୟରେ ଖାଦ୍ୟ

0

ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ଜେନେରାଲ କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଇବା ପିଇବା ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ଷ୍ଟେସନର ପ୍ଲାଟଫର୍ମରେ ଜେନେରାଲ କୋଚ୍ ସମ୍ମୁଖରେ ‘ଇକୋନୋମି ମିଲ୍ସ’ ଷ୍ଟଲ୍ ନିର୍ମାଣ କରାଯିବ। ଏହି ଷ୍ଟଲଗୁଡ଼ିକରେ ଖାଦ୍ୟ ଓ ପାନୀୟ ଅତି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ।

ସୂଚନାଯୋଗ୍ୟ, ଜେନେରାଲ କୋଚରେ ଯାତ୍ରା କରୁଥିବା ଲୋକମାନେ ସୁଲଭ ମୂଲ୍ୟରେ ଖାଦ୍ୟ ପାଇବାକୁ ସମସ୍ୟାରେ ପଡ଼ିଥାନ୍ତି । ସେମାନଙ୍କୁ ଅନେକ ସମୟରେ ଷ୍ଟେସନରେ ଏଣେତେଣେ ଖୋଜିବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ଭାରତୀୟ ରେଳ ଜେନେରାଲ କୋଚରେ ଯାତ୍ରା କରୁଥିବା ଲୋକଙ୍କୁ ବଡ଼ ଉପହାର ଦେଇ ସୁଲଭ ଖାଦ୍ୟ ବା ଇକୋନୋମି ମିଲ୍ ଆରମ୍ଭ କରିଛି। ୨୦୨୩ ଜୁନ୍ ୨୭ତାରିଖରେ ରେଳବାଇ ବୋର୍ଡ ପକ୍ଷରୁ ଜାରି ଏକ ଚିଠିରେ ଜେନେରାଲ କୋଚ୍ ନିକଟରେ ପ୍ଲାଟଫର୍ମରେ ସୁଲଭ ମୂଲ୍ୟରେ ଖାଦ୍ୟ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାଉଣ୍ଟରଗୁଡ଼ିକର ସ୍ଥାନ ଜୋନାଲ ରେଳବାଇମାନେ ନିର୍ଦ୍ଧାରଣ କରିବେ ।

ରେଳବାଇ ନିର୍ଦ୍ଧାରିତ କ୍ୟାଟରିଂ ମୂଲ୍ୟ ଅନୁଯାୟୀ ଯାତ୍ରୀଙ୍କୁ ମାତ୍ର ୨୦ ଟଙ୍କାରେ ପୁରୀ, ତରକାରି ଓ ଆଚାର ପ୍ୟାକେଟ୍ ମିଳିବ । ଏଥିରେ ୭ଟି ପୁରି, ୧୫୦ ଗ୍ରାମ ତରକାରି ଓ ଆଚାର ରହିବ। ସେହିପରି ଆଉ ଏକ ପ୍ରକାରର ମିଲର ମୂଲ୍ୟ ୫୦ ଟଙ୍କା ରହିବ । ସେଥିରେ ରାଜମା ଭାତ, ଖେଚୁଡ଼ି, ଛୋଲେ ଭତୁରେ, ପାଓଭାଜି କିମ୍ବା ମସାଲା ଦୋସା ରହିବ ।

ତେବେ ଓଡ଼ିଶାର ରାଉରକେଲା ଓ ଝାରସୁଗୁଡା ରେଳ ଷ୍ଟେସନକୁ ମିଶାଇ ସାରା ଭାରତରେ ଏପର୍ଯ୍ୟନ୍ତ ୬୪ ଟି ରେଳ ଷ୍ଟେସନରେ ଏହି ସେବା ଉପଲବ୍ଧ କରାଯାଇ ଅଛି । ଓଡ଼ିଶାର ଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ସମେତ ଆହୁରି ଅନେକ ଷ୍ଟେସନ ଠାରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଯୋଜନା ମଧ୍ୟ କରାଯାଉଛି ।

Leave A Reply

Your email address will not be published.