ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଦିଲ୍ଲୀ ଏମ୍ସରେ ଲାଗିଲା ନିଆଁ

0

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ବିଭାଗରେ ନିଆଁ  ଲାଗିଥିବା ସୂଚନା ମିଳିଛି। ନିଆଁ ଲିଭାଇବା ପାଇଁ ଦିଲ୍ଲୀ ଅଗ୍ନିଶମ ସେବାର ୮ଟି ଦମକଳ ଘଟଣାସ୍ଥଳକୁ ପଠାଯାଇ ନିଆଁକୁ ଆୟତ୍ତ କରାଯାଇଛି। ନିଆଁର ପ୍ରକୋପ ଏତେ ଭୟଙ୍କର ରହିଛି ଯେ ଝରକା ଆଡ଼ୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ନିଆଁ ଲାଗିବା ପରେ ରୋଗୀମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। 

ସୂଚନାଯୋଗ୍ୟ, ‘ଇମର୍ଜେନ୍‌ସି ୱାର୍ଡ’ରୁ ‘ଫାୟାର୍‌ କଲ୍‌’ ମିଳିବା ପରେ ଆଖପାଖରେ ଥିବା ସମସ୍ତ ରୋଗୀ ଓ କର୍ମଚାରୀଙ୍କୁ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ଦିଲ୍ଲୀ ‘ଏମ୍‌ସ୍‌’ କହିଛି, ନିଆଁ ନିୟନ୍ତ୍ରଣ କରାଯାଇଛି। ପରିସ୍ଥିତିର ସମୀକ୍ଷା କରିବା ଲାଗି ‘ଏମ୍‌ସ୍‌’ର ନିର୍ଦେଶକ ମଧ୍ୟ‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ଓଲ୍‌ଡ୍‌ ଆଉଟ୍‌ପେସେଣ୍ଟ୍‌ ଡିପାର୍ଟମେଣ୍ଟ୍‌’ର (ଓପିଡି) ଦ୍ବିତୀୟ ମହଲାରେ ‘ଏଣ୍ଡୋସ୍କୋପି ରୁମ୍‌’ ଅବସ୍ଥିତ। ଅଗ୍ନିଶମ ବିଭାଗ କହିଛି, ପୁରାତନ ରାଜକୁମାରୀ ‘ଓପିଡି’ କୋଠାର ଦ୍ବିତୀୟ ମହଲାରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇ ଦେଇଛନ୍ତି। କିନ୍ତୁ, ଘଟଣାସ୍ଥଳରେ ଏବେ ବି ତଲାସ ଅଭିଯାନ ଚାଲିଛି। ୨୦୨୧ ମସିହାରେ ଦିଲ୍ଲୀ ଏମ୍ସରେ ବି ଅଗିକାଣ୍ଡ ଘଟିଥିଲା।

Leave A Reply

Your email address will not be published.