ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ସୋଆ ପକ୍ଷରୁ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ

0

ଭୁବନେଶ୍ୱର, ଅଗଷ୍ଟ ୭ : କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍‌, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍‌ସିଏଂଟ କଲଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍‌) ର ମିଳିତ ଆନୁକୂଲ୍ୟରେ ଆସନ୍ତା ଅଗଷ୍ଟ ୯ ଏବଂ ୧୦ ତାରିଖରେ ଏକ ଦୁଇ ଦିନିଆ ଜାତୀୟ ଜନଜାତି ଲେଖକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ୪୯ଟି ଜନଜାତି ଭାଷାରେ କାର୍ଯ୍ୟ କରୁଥିବା ପ୍ରାୟ ୭୦ ଜଣ ବିଶିଷ୍ଟ ଲେଖକ, କବି, ଚିତ୍ରକର ଓ କଥାବାଚକ ଯୋଗଦେବେ ।

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଓ ଅଗଷ୍ଟ ୯ ତାରିଖ ଆନ୍ତର୍ଜାତୀୟ ବିଶ୍ୱ ମୂଳନିବାସୀ ଦିବସ ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଭିନ୍ନ ଭାଷାରେ କବିତାବୃତି, କ୍ଷୁଦ୍ର କାହାଣୀ ପଠନ, ଜନଜାତି ଭାଷା ଉପରେ କାର୍ଯ୍ୟ କରୁଥିବା ଯୁବ ଲେଖକମାନଙ୍କର ସମସ୍ୟା ଓ ଭାରତୀୟ ମୂଳ ଭାଷାଗୁଡ଼ିକର ସଂରକ୍ଷଣ ଓ ବିକାଶ କ୍ଷେତ୍ରକୁ ନେଇ ଏହି ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ବିଶିଷ୍ଟ କବି ତଥା ପ୍ରାଚୀନ୍ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଛନ୍ତି ।

ସୋଆ କ୍ୟାମ୍ପସ୍ ୨ ରେ ଥିବା କନ୍‌ଭେନ୍ସନ୍ ହଲରେ ଅଗଷ୍ଟ ୯ ତାରିଖରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରାଯିବ । କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଶ୍ରୀନିବାସ ରାଓ, ବିଶିଷ୍ଟ ଲେଖକ ତଥା ପଦ୍ମଶ୍ରୀ ଶ୍ରୀ ହଳଧର ନାଗ, ବିଶିଷ୍ଟ ଲେଖକ ପ୍ରଫେସର (ଡ.) ଜଗନ୍ନାଥ ଦାଶ, ବିଶିଷ୍ଟ ଲେଖକ ତଥା ସାହିତ୍ୟ ଏକାଡେମୀର ଓଡ଼ିଆ ଆଡଭାଇଜରୀ ବୋର୍ଡ ଆବାହକ ଡକ୍ଟର ଗୌରହରି ଦାଶ, ସାହିତ୍ୟ ଏକାଡେମୀ ସାନ୍ତାଳୀ ଆଡଭାଇଜରୀ ବୋର୍ଡ ଆବାହକ ଶ୍ରୀ ଚୈତନ୍ୟ ପ୍ରସାଦ ମାଝି, ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ ।

ଏହି ଅବସରରେ ଯୋଗ ଦେବାକୁ ଥିବା ବିଶିଷ୍ଟ ଲେଖକ ଓ କବିମାନଙ୍କ ମଧ୍ୟରେ ଶ୍ରୀମତି କ୍ରାଇରି ମୋଗ ଚୌଧୁରୀ (ମୋଗ), ଶ୍ରୀ ରାଜକିଶୋର ନାଏକ (ବାଥୁଡି), ଶ୍ରୀମତି ଅନିମା ଟିରା (ବିରିଜିଆ), ଶ୍ରୀ ବାଇଚୁଙ୍ଗ ସେରିଙ୍ଗ୍ ଭୁତିଆ (ଭୁତିଆ), ଶ୍ରୀମତି ଭାନୁମତି ସିଂ (ଭୂମିଜ୍‌), ଶ୍ରୀମତି କୁସୁମ ଚକ୍‌ମା (ଚକ୍‌ମା), ଶ୍ରୀ ଧନୁ ମୁଦୁଲୀ (ଗଡ଼ବା), ଡକ୍ଟର ଜୋମୟିର ଜିନି (ଗାଲୋ), ଶ୍ରୀ ମିରଥାନାର୍କ କେ. ମରକ (ଗାରୋ), ଶ୍ରୀମତି ଇନ୍ଦୁମତି ଲମାନି (ବଞ୍ଜାରା), ଶ୍ରୀ ସୁନୀଲ ଗାଏକୱାଡ (ଭିଲି), ଶ୍ରୀ ଦସ୍‌ରୁ ନାଏକ (ହୋ), ଶ୍ରୀମତି ଦମୟନ୍ତୀ ବେସରା (ସାନ୍ତାଳି), ଶ୍ରୀ ୱାଙ୍ଗୋ ସୋସିଆ (ନୋଇଟି), ଶ୍ରୀ ଯୋଗେଶ୍ୱରୀ ଏସ୍ (ହାକିପିକି), ଶ୍ରୀ ସୁନୀଲ ପେଦାକାପୁ (କନ୍ଧ ପରଜା), ଶ୍ରୀ ଏଥିଲବର୍ଥ ଖୋଙ୍ଗ୍ରିମାଇ (ଖାସି), ଶ୍ରୀ ପ୍ରଦୀପ କହଁର (କୁଇ), ଶ୍ରୀ ବୈକୁଣ୍ଠ ପ୍ରଧାନ (କିଶାନ୍‌), ଶ୍ରୀ ପିଲ୍‌ସାଇ ଗଣ୍ଡ (ଗୋଣ୍ଡି), ଶ୍ରୀ ସେବାଙ୍ଗ୍ ଗ୍ୟାଲ୍‌ସେନ୍ (ଲଦାଖୀ) , ଶ୍ରୀ ପ୍ରତାପ ତମାଙ୍ଗ (ତମାଙ୍ଗ), ଶ୍ରୀ ସୁଦର୍ଶନ ଜୁଆଙ୍ଗ (ଜୁଆଙ୍ଗ), ଶ୍ରୀ କାଚୟୋ ଲେପ୍‌ଚା (ଲେପ୍‌ଚା) , ଶ୍ରୀ ସ୍ୱର୍ଣ୍ଣଲତା ଆଇନ୍ଦ (ମୁଣ୍ଡାରି), ଶ୍ରୀ ଲାଲଭେନ୍‌ସାଙ୍ଗି ଚାଙ୍ଗଥୁ (ମିଜୋ), ଶ୍ରୀ ଏସ୍‌.କେ. ବୋରୋ (ବୋଡୋ), ଶ୍ରୀ ଲିସୁ ଶବର (ସୌରା) ଓ ଶ୍ରୀ ଲାଲ୍‌ରିନଲୁଇ (ହମର୍‌) ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.