ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ଆଇନରେ ପରିଣତ ହେଲା ମହିଳା ସଂରକ୍ଷଣ ବିଲ୍

0

ନୂଆଦିଲ୍ଲୀ: ଆଇନରେ ପରିଣତ ହୋଇଛି ମହିଳା ସଂରକ୍ଷଣ ବିଲ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୋହର ପରେ ସଂସଦରେ ପାରିତ ହୋଇଥିବା ଐତିହାସିକ ମହିଳା ସଂରକ୍ଷିତ ବିଲ୍‌ ଆଜି ଆଇନରେ ପରିଣତ ହୋଇ ଯାଇଛି। ସର୍ବସମ୍ମତିକ୍ରମରେ ମହିଳା ସଂରକ୍ଷଣ ବିଲ୍‌ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିଲା।

ମହିଳା ସଂରକ୍ଷଣ ବିଲକୁ ପାରିତ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧିବେଶନ ମଧ୍ୟ ଡାକିଥିଲେ। ସଂସଦର ନୂଆ ବିଲଡିଂରେ ପ୍ରଥମ ବିଲ୍ ଭାବେ ଏହାକୁ ଆଗତ କରାଯାଇଥିଲା। ଉଭୟ ସଦନରେ ଏହା ଉପରେ ୧୫୦ରୁ ଅଧିକ ସଦସ୍ୟ ନିଜର ମତ ରଖିଥିଲେ। ଏହାପରେ ଏହି ବିଲ୍‌ ପାରିତ ହୋଇଥିଲା।

ଏହି ଆଇନ କାର୍ଯ୍ୟକାରୀ ହେବା ପରେ ଲୋକସଭା ତଥା ରାଜ୍ୟସଭାରେ ମହିଳାମାନେ ୩୩ପ୍ରତିଶତ ସଂରକ୍ଷଣ ପାଇବେ। ସଂସଦରେ ଏହି ବିଲ୍ ପାରିତ ହେବାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ଲିଙ୍ଗଗତ ନ୍ୟାୟ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନଶୀଳ ବିପ୍ଳବ ହେବ। ତେବେ ଏହି ବିଲ୍ ଆଇନରେ ପରିଣତ ହୋଇଥିଲେ ବି ୨୦୨୬ ପରେ ଜନଗଣନା ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.