ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

ଡ. ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବ

0

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଡ. ଜଷ୍ଟିସ୍‌ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀଙ୍କୁ ଦାୟିତ୍ବ ମିଳିଛି। କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୪ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବା ପରେ ବରିଷ୍ଠ ବିଚାରପତି ଷଡ଼ଙ୍ଗୀଙ୍କୁ ଏହି ଦାୟିତ୍ବ ମିଳିବ।

ସୂଚନାଯୋଗ୍ୟ, ଡ ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଧୀନ ପାନ୍ତିଖରିଶାସନରେ ୧୯୬୨ ମସିହା ଜୁଲାଇ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ସ୍ବର୍ଗତ ବାଞ୍ଚାନିଧି ଷଡ଼ଙ୍ଗୀ ଓଡ଼ିଶା ଅର୍ଥନୈତିକ ସେବା (ଓଏଫ୍‌ଏସ୍‌) ତଥା ଆର୍ଥନୈତିକ ଉପଦେଷ୍ଟା ଥିଲେ। ତାଙ୍କର ମା’ ସ୍ବର୍ଗତା ଶୈଳବାଳା ଷଡ଼ଙ୍ଗୀ ଗୃହିଣୀ ଥିଲେ।

ଓଡ଼ିଶା ହାଇକୋର୍ଟର ଆଇନଜୀବୀ ନିରୁପମା ଷଡ଼ଙ୍ଗୀଙ୍କୁ ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ବିବାହ କରିଥିଲେ। ଜଷ୍ଟିସ ଷଡ଼ଙ୍ଗୀ ମାଟ୍ରିକ ଉତ୍ତୀର୍ଣ୍ଣ ପରେ ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକରେ ପାସ୍‌ ହୋଇଥିଲେ। ଏହା ପରେ ସେ କଟକସ୍ଥିତ ତତ୍‌କାଳନୀ ମଧୁସୂଦନ ଆଇନ୍‌ ମହାବିଦ୍ୟାଳୟରୁ ଏଲଏଲ୍‌ବି ଓ ଏଲଏଲଏମ୍‌ ପାଠ ପଢ଼ିଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଥିଲେ। ୧୯୮୫ରେ ସେ ବାର୍‌ ଆସୋସିଏସନରେ ଯୋଗଦେଇ ନିୟମିତ ଭାବେ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅଭ୍ୟାସ କରିଥିଲେ।

Leave A Reply

Your email address will not be published.