ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର

0

ଚାଇନା: ଇତିହାସ ରଚିଲେ କିଶୋର ଜେନା। ଏସୀୟ କ୍ରୀଡ଼ାରେ ଜିତିଲେ ରୌପ୍ୟ। ପୁରୁଷ ଜାଭେଲିନ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଛି ଭାରତ । ଭାରତର ଖେଳାଳି ନୀରଜ ଚୋପ୍ରା ପୁଣି ଥିରେ ଚାମ୍ପିଅନ ପ୍ରଦର୍ଶନ କରି ସ୍ବର୍ଣ୍ଣ ହାତେଇଚନ୍ତି। ସେ ୮୮.୮୮ ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଇତିହାସ ରଚିଛନ୍ତି  ଓଡ଼ିଆ ପୁଅ କିଶୋର କୁମାର ଜେନା । ସେ ୮୭.୫୪ ମିଟର ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି । ଜାପାନର ଡିନ ରୋଡରିକ୍ ଗେନକି ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।

ଭାରତର ପୁଅ ନୀରଜ ଚୋପ୍ରାଙ୍କୁ ଆଜି କିଶୋର କଡ଼ା ଟକ୍କର ଦେଇଥିଲେ। ଏକଦା ସେ ନରୀଜଙ୍କୁ ପଛରେ ପକାଇ ୧ନଂ ସ୍ଥାନକୁ ଚାଲି ଯାଇଥିଲେ। କିନ୍ତୁ ୪ର୍ଥ ପ୍ରୟାସରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୮୮.୮୮ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ପୁଣିଥରେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଏକ ପ୍ରକାରର ନିଶ୍ଚିତ କରିଥିଲେ। ଭାରତକୁ ପୁରୁଷ ଜାଭେଲିନରେ ଥ୍ରୋରେ ଉଭୟ ସ୍ବର୍ଣ୍ଣ ଓ ରୋପ୍ୟ ପଦକ ମିଳିଛି।  

Leave A Reply

Your email address will not be published.