ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରିପୋର୍ଟ କହିଲା ପୁଅ ନୁହେଁ ହୋଇଥିଲା ଝିଅ

0

ଭୁବନେଶ୍ବର: ରିପୋର୍ଟରୁ ସ୍ପଷ୍ଟ ହେଲା ପୁଅ ନୁହେଁ ହୋଇଥିଲା ଝିଅ । ରାଜଧାନୀ କ୍ୟାପିଟାଲ ମେଡିକାଲରେ ଘଟିଥିବା ଶିଶୁ ଅଦଳବଦଳ ଅଭିଯୋଗ ଘଟଣା ନେଇ ଡିଏନ୍‌ଏ ରିପୋର୍ଟ ଆସିଛି । ଡିଏନ୍‌ଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳଙ୍କ ପୁଅ ହୋଇ ନଥିଲା । ବରଂ ତାଙ୍କର ଝିଅ ହୋଇଥିଲା ।

ଉଲ୍ଲେଖଯୋଗ୍ୟ; ଗତ ସେପ୍ଟେମ୍ବର ୨୬ ତାରିଖ ଦିନ ରାଜଧାନୀ ଚିକିତ୍ସାଳୟରେ ଶିଶୁ ଅଦଳବଦଳ ଅଭିଯୋଗ ହୋଇଥିଲା । ଏନେଇ ଚାଲିଥିଲା ବିବାଦ। ଝିଅ ହୋଇଥିବାବେଳେ ଭୁଲ ରିପୋର୍ଟ ଦେଇଥିଲେ ଆଟେଣ୍ଡାଣ୍ଟ। ହସ୍ତାନ୍ତର ପରେ ଝିଅ ଦେଖି କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଥିଲେ ପ୍ରାଣକୃଷ୍ଣ। ଡିଏନଏ ଟେଷ୍ଟ ପାଇଁ ସେ ଦାବି କରିଥିଲେ । କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରିଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

ଅଭିଯୋଗ ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଡିଏନଏ ଟେଷ୍ଟ କରାଯାଇଥିଲା । ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ବାଳ, ତାଙ୍କ ପତ୍ନୀ ଓ ଶିଶୁର ସାମ୍ପୁଲ ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ସତ ପଦାକୁ ଆସିଛି। ସେପଟେ ଉଭୟ ମାଆ ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଡାକ୍ତରୀ ଟିମ୍।

Leave A Reply

Your email address will not be published.