ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

0

ନୂଆଦିଲ୍ଲୀ: କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ। ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରହିଥିବା ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ। ଆରବିଆଇର ମନିଟାରୀ ପଲିସି କମିଟି ବୈଠକ ପରେ ରେପୋ ରେଟକୁ ପୂର୍ବଭଳି ୬.୫ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଲୋନ୍ ଏବଂ ଇଏମଆଇରେ କୌଣସି ବୃଦ୍ଧି ହେବ ନାହିଁ। ଅକ୍ଟୋବର ୪ ତାରିଖରେ ଆରମ୍ଭ ହୋଇଥିବା ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରି ପଲିସି କମିଟି’ର ୩ଦିନିଆ ବୈଠକରେ ଅଧ୍ୟକ୍ଷତା କରିଥିଲେ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ। ଆଜି ଉକ୍ତ ଦ୍ବିମାସିକ ବୈଠକ ଶେଷ ହୋଇଛି। ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ। 

ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି, ସାମଗ୍ରିକ ମୁଦ୍ରାସ୍ଫୀତି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ ବି ବ୍ୟାଙ୍କିଂ ବ୍ୟବସ୍ଥା ସୁଦୃଢ଼ ରହିଛି। ଡାଲି, ତୈଳବୀଜ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମୁଦ୍ରସ୍ଫୀତିର କାରଣ ହେବାର ଆଶଙ୍କା ଥିବାରୁ ରିଜର୍ଭ ବ୍ୟାଙ୍କ୍‌ ମୁଦ୍ରସ୍ଫୀତିଜନିତ ଚାପ ନିୟନ୍ତ୍ରଣ କରିବାକୁ ଅର୍ଥ ଯୋଗାଣ ହ୍ରାସ ଉପରେ ଧ୍ୟାନ ଦେଇଛି। ଖାଦ୍ୟ ଓ ଇନ୍ଧନ ଦରକୁ ଛାଡ଼ି ବାକି କ୍ଷେତ୍ରରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିଲା। କିନ୍ତୁ, ଖରିଫ ଫସଲ ଉତ୍ପାଦନ ହ୍ରାସ ପାଇବାରୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଛି। ଏହାଛଡ଼ା, ବିଶ୍ବ ଅର୍ଥନୀତି ଏବେ ମଧ୍ୟ ମାନ୍ଦା ଅବସ୍ଥାରେ ରହିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.