ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏଣିକି ୬୦୦ ଟଙ୍କାରେ ମା ମାନେ ପାଇବେ ରୋଷେଇ ଗ୍ୟାସ

0

ନୂଆଦିଲ୍ଲୀ: ପାର୍ବଣରେ ମାଆ ମାନଙ୍କୁ ଖୁସି କରାଇଲେ ମୋଦି। ପୁଣି ୧୦୦ ଟଙ୍କା ଶସ୍ତା ହେଲା ଉଜ୍ଜ୍ଵଳା ଗ୍ୟାସ ସିଲିଣ୍ଡର। ଏଣିକି ୬୦୦ ଟଙ୍କାରେ ମା ମାନେ ପାଇବେ ରୋଷେଇ ଗ୍ୟାସ। ରାଜ୍ୟବ୍ୟାପୀ ଗରିବ ମହିଳାଙ୍କ ମଧ୍ୟରେ ଖୁସିର ଲହରି। ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ନିଷ୍ପତି ଫଳରେ ଓଡ଼ିଶା ସମେତ ଭାରତବର୍ଷର ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ପ୍ରତି ମାସରେ ରିହାତି ଦରରେ ଗ୍ୟାସ ପାଇପାରିବେ ।  ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଅତିରିକ୍ତ ୧୦୦ ଟଙ୍କା ସବସିଡି ମିଳିବା ନେଇ ଐତିହାସିକ ନିଷ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଛନ୍ତି । ପୂର୍ବରୁ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ୨୦୦ ଟଙ୍କାର ସବସିଡି ଦିଆଯାଉଥିଲା । ଗତ  ଅଗଷ୍ଟ ୨୯ ତାରିଖରେ ୨୦୦ ଏବଂ ଗତକାଲି ୧୦୦ ଟଙ୍କା ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । 

କେନ୍ଦ୍ର ସରକାରଙ୍କ ସବୁ ନିଷ୍ପତିକୁ ଦେଖିଲେ ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ବଜାରର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ ପାଇବେ । ଦେଶର ୯ କୋଟି ୬୦ ଲକ୍ଷ ଉଜ୍ଜ୍ୱଳା ହିତାଧିକାରୀ ଏବଂ ଓଡ଼ିଶାର ୫୩ ଲକ୍ଷରୁ ଅଧିକ ଉଜ୍ଜଳା ହିତାଧିକାରୀ ଏହା ଦ୍ୱାରା ଲାଭବାନ ହେବେ । ତେବେ ଗତ ୨୯ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ କ୍ୟାବିନେଟରେ ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ମୋଦି ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯୋଡିବାକୁ ନିଷ୍ପତି ନିଆଯାଇଥିଲା । ଏହି ସଂଖ୍ୟାକୁ ମିଶାଇଲେ ଆଗାମୀ ଦିନରେ ଦେଶର ପ୍ରାୟ ୧୦ କୋଟି ଏବଂ ଓଡ଼ିଶାର ୬୦ ଲକ୍ଷ ପାଖାପାଖି ଉଜ୍ଜ୍ୱଳା ପରିବାରଙ୍କୁ ପ୍ରତି ମାସରେ ପାଖାପାଖି ୬୦୦ ଟଙ୍କାରେ ଗ୍ୟାସ ମିଳିବା ନେଇ ଅନୁମାନ । ଯାହାକୁ ନେଇ ମାଆ, ଭଉଣୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.