ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

0

ନୂଆଦିଲ୍ଲୀ: କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ। ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ ରହିଥିବା ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ। ଆରବିଆଇର ମନିଟାରୀ ପଲିସି କମିଟି ବୈଠକ ପରେ ରେପୋ ରେଟକୁ ପୂର୍ବଭଳି ୬.୫ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଲୋନ୍ ଏବଂ ଇଏମଆଇରେ କୌଣସି ବୃଦ୍ଧି ହେବ ନାହିଁ। ଅକ୍ଟୋବର ୪ ତାରିଖରେ ଆରମ୍ଭ ହୋଇଥିବା ୬ଜଣିଆ ସଦସ୍ୟ ବିଶିଷ୍ଟ ‘ମନିଟାରି ପଲିସି କମିଟି’ର ୩ଦିନିଆ ବୈଠକରେ ଅଧ୍ୟକ୍ଷତା କରିଥିଲେ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ। ଆଜି ଉକ୍ତ ଦ୍ବିମାସିକ ବୈଠକ ଶେଷ ହୋଇଛି। ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ। 

ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି, ସାମଗ୍ରିକ ମୁଦ୍ରାସ୍ଫୀତି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ ବି ବ୍ୟାଙ୍କିଂ ବ୍ୟବସ୍ଥା ସୁଦୃଢ଼ ରହିଛି। ଡାଲି, ତୈଳବୀଜ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମୁଦ୍ରସ୍ଫୀତିର କାରଣ ହେବାର ଆଶଙ୍କା ଥିବାରୁ ରିଜର୍ଭ ବ୍ୟାଙ୍କ୍‌ ମୁଦ୍ରସ୍ଫୀତିଜନିତ ଚାପ ନିୟନ୍ତ୍ରଣ କରିବାକୁ ଅର୍ଥ ଯୋଗାଣ ହ୍ରାସ ଉପରେ ଧ୍ୟାନ ଦେଇଛି। ଖାଦ୍ୟ ଓ ଇନ୍ଧନ ଦରକୁ ଛାଡ଼ି ବାକି କ୍ଷେତ୍ରରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିଲା। କିନ୍ତୁ, ଖରିଫ ଫସଲ ଉତ୍ପାଦନ ହ୍ରାସ ପାଇବାରୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଛି। ଏହାଛଡ଼ା, ବିଶ୍ବ ଅର୍ଥନୀତି ଏବେ ମଧ୍ୟ ମାନ୍ଦା ଅବସ୍ଥାରେ ରହିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.