ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ବୁଣାକାରମାନଙ୍କୁ ରାଜ୍ୟସରକାରଙ୍କର ଭେଟି

0

ଭୁବନେଶ୍ୱର : ରାଜ୍ୟରେ ବୁଣାକାର ମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ସୁଗମ କରିବା ସହିତ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ୍ର ଐତିହକୁ ସଂରକ୍ଷିତ ରଖିବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକ୍ରମ କରାଯାଇଛି । ବୁଣାକାର ଓ ହସ୍ତତନ୍ତ କାରିଗରଙ୍କ ପାଇଁ ଖୁସି ଆଣିଛନ୍ତି । ବଳିଆ ଯୋଜନାରେ ଋଣ ସହାୟତା ରାଶି ବୃଦ୍ଧି କରିଛନ୍ତି ରାଜ୍ୟସରକାର।

ଉଲେଖଯୋଗ୍ୟ, ଋଣ ସହାୟତା ରାଶି ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର । ରାଜ୍ୟରେ ୬୬, ୧୪୧ ବୁଣାକାର ପରିବାର ରହିଛନ୍ତି । ୧ ଲକ୍ଷ ୨୪ ହଜାର ୮୪ ଜଣ ବୁଣାକାର ଅଛନ୍ତି ସେହିପରି ୫୬ ହଜାର ୫୬୯ ସଂଖ୍ୟକ ତନ୍ତ ରହିଛି । ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦିଆଯାଉଥିଲା । ଏବେ ଏହାକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧ ଲକ୍ଷ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ବୁଣାକାର ମାନଙ୍କ ରୋଜଗାର ସୁନିଶ୍ଚିତ କରିବା, ଅର୍ଥନୈତିକ ଅବସ୍ତାକୁ ସୁଦୃଢ କରିବା ଓ ସୁରକ୍ଷିତ କରିବା ଏହି ଯୋଜନା ଗୁଡ଼ିକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ପ୍ରୟାସ ଏବଂ ହସ୍ତକ୍ଷେପ ଫଳରେ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରରେ ଅଭିବୃଦ୍ଧି ହେବ ।

Leave A Reply

Your email address will not be published.