ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ

0

ପୁରୀ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ପୁରୀର ନୀଳାଦ୍ରି ଭକ୍ତ ନିବାସରେ ହୋଇଥିବା ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ ହୋଇଛି। ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି। ସେହିପରି ଶୃଙ୍ଖଳିତ ନୀତି ,ବାଳଭୋଗ ଓ କିଭଳି ଠିକ୍ ସମୟରେ ମହାପ୍ରସାଦ ବାହାରିବ , କାର୍ତ୍ତିକ ମାସର ଶେଷ ୫ ଦିନରେ ପ୍ରଭୁଙ୍କ ୫ଟି ବେଶ ସମୟରେ ଭିଡ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି। କୌଣସି ସ୍ଥାନରେ ଶ୍ରଦ୍ଧାଳୁ ଠିଆ ହୋଇ ରହିବେ ନାହିଁ।

୨୮ ତାରିଖରେ ହେବାକୁ ଥିବା ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ୨୮ ତାରିଖ ଦିନ ଭୋର ୪.୩୦ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ ଟା ରୁ ୮.୩୦ ମଧ୍ୟରେ ବାଳ ଭୋଗ ଓ ଅପରାହ୍ନ ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ସେହିଦିନ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଆସନ୍ତା ୨୫ ତାରିଖରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତି ୪ ଟାରେ ଦ୍ଵାର ଫିଟା, ସକାଳ ୬.୩୦ ରୁ ୭.୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୧୦.୦୦ ରୁ ୧୦.୩୦ ମଧ୍ୟରେ ବାଳ ଧୂପ ଶେଷ ହେବ।

ତେବେ ଏହି ମାସରେ କେବଳ ହବିଷ୍ୟାଳୀ ନୁହେଁ, ଭକ୍ତଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ରୋଷଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡାଯିବ ନାହିଁ। ସେହିପରି କୌଣସି ଭକ୍ତ ଗୋଟିଏ ସ୍ଥାନରେ ଛିଡା ହୋଇ ରହିବେ ନାହିଁ । ହବିଷ୍ୟାଳୀଙ୍କ ସହ ବୃଦ୍ଧ,ବୃଦ୍ଧାଙ୍କ ଦର୍ଶନ ଉପରେ ଗୁରୁତ୍ବ ଦେଇ ସ୍ବତନ୍ତ୍ର ଯୋଜନା କରାଯାଉଛି। ବୈଠକରେ ଶାଳିନତା ପୂର୍ବକ ପୋଷାକ ପରିଧାନ ଉପରେ ସବୁ ନିଯୋଗ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ ଛତିଶା ନିଯୋଗର ସଦସ୍ୟ ଉପସ୍ଥିତ ଥିଲେ। ପୂର୍ବରୁ ନୀତି ସବ କମିଟି ବୈଠକରେ ଚୂଡାନ୍ତ କାର୍ତ୍ତିକ ମାସ ନୀତିକାନ୍ତି ଉପରେ ଛତିଶା ନିଯୋଗ ମୋହର ମାରିଛି ।

Leave A Reply

Your email address will not be published.