ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ବ୍ରହ୍ମପୁରରେ ଖୋଲିଲା ରକ୍ ଗାର୍ଡନ

0

ବ୍ରହ୍ମପୁର: ବ୍ରହ୍ମପୁରରେ ଖୋଲିଲା ରକ୍ ଗାର୍ଡନ । ଆଜି ଠାରୁ ଏହି ଗାର୍ଡନରେ ପରିସରରେ ଶିଶୁଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନେ ଏଠାରେ ବୁଲିବା ସହ ଏହାର ମଜା ନେଇପାରିବେ । ସର୍ବସାଧାରଣଙ୍କ ପାଇଁ ଖୋଲଯାଇଥିବା ଏହି ପାର୍କ ଦେଶର ଦ୍ଵିତୀୟ ରକ୍ ଗାର୍ଡେନ ବୋଲି କୁହାଯାଇଛି । ଗାର୍ଡେନର ପ୍ରବେଶ ପଥ ଠାରୁ ଆରମ୍ଭ କରି ପ୍ରସ୍ଥାନ ପର୍ଯ୍ୟନ୍ତ, ସବୁ ସ୍ଥାନରେ ରହିଛି ଆକର୍ଷଣୀୟ ଆଲୋକସଜ୍ଜା ସାଙ୍ଗକୁ ଭଳିକିଭଳି ୱାର୍ଡର ଫାଉଣ୍ଟେନ୍ ସହିତ, ପାଦ ଚଲା ରାସ୍ତା, ବିଭିନ୍ନ ସେଲଫି ପଏଣ୍ଟ, ଭ୍ୟୁ ପଏଣ୍ଟ ଟାୱାର, ସାଇକେଲ ଟ୍ରାକ୍, ପ୍ଲାନେଟୋରିୟମ, ମ୍ୟାଜିକ ମିରର ସହିତ ଅନେକ ଆକର୍ଷଣୀୟ ବ୍ୟବସ୍ଥା ଏବଂ ଫୁଡ୍ କୋର୍ଟ ରହିଛି ଏହି ଗାର୍ଡେନ ପରିସରରେ । 

ସୂଚନାଯୋଗ୍ୟ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ  ନିର୍ମିତ ହୋଇଥିକବା ଦେଶର ସର୍ବବୃହତ୍ତ ରକ୍ ଗାର୍ଡେନ ସର୍ବସାଧାରଣଙ୍କ ପାଇଁ ଖୋଲୁଥିବା ବେଳେ ଏହାକୁ ବ୍ରହ୍ମପୁରର ସାଂସଦ, ବିଧାୟକ, ମେୟରଙ୍କ ସମେତ ସମସ୍ତ ରାଜନେତା ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଉପସ୍ଥିତିରେ ରକ ଗାର୍ଡେନ ଅନୁଧ୍ୟାନ କରିଥିଲେ  । ସେପେଟେ ରକ୍ ଗାର୍ଡେନ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଖୋଲିବା ପରେ ଏହାକୁ ନେଇ ଖୁସି ସହରବାସୀ  । 

ଉଲ୍ଲେଖଥାଉକି, ବ୍ରହ୍ମପୁର ସହରରେ ଗତ ୨୦୧୫ ମସିହାରେ ବିଡିଏ ପକ୍ଷରୁ ଏହି ପ୍ରକଳ୍ପର ଘୋଷଣା କରାଯାଇଥିଲା । ପରେ ୨୦୧୯ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ୨୦୨୧ ମସିହା ସୁଦ୍ଧା ନିର୍ମାଣ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା ।ଭାରତର ଚଣ୍ଡିଗଡରେ ଏପରି ଗାର୍ଡେନ ରହିଥିବାବେଳେ ଓଡ଼ିଶାରେ ଏହା ପ୍ରଥମ । ୧୦ ଏକର ଜମିରେ ୧୦  କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ରକ ଗାର୍ଡେନ । ଏହାକୁ ତିଆରି କରିବାକୁ ୪ ବର୍ଷ ଲାଗିଥିବା କହିଛନ୍ତି ପାର୍କ ଡିଜାଇନର । ବରିଷ୍ଠ ନାଗରିକ ହୁଅନ୍ତୁ କି ସାଧାରଣ ନାଗରିକ କି ପର୍ଯ୍ୟଟକ, ସମସ୍ତେ ଏହାର ମଜା ନେଇପାରିବେ । ପାର୍କ ଭିୟୁ ସହ ମିରର ପାଥ, ଵିଜ୍ଞାନ, ସଂସ୍କୃତି, ପରମ୍ପରା ସମ୍ପର୍କିତ ବିଷୟ ବସ୍ତୁ ଏଠାରେ ପ୍ରଦର୍ଶିତ ହୋଇଛି । ରବିବାର ସନ୍ଧ୍ୟାରୁ ସର୍ବ ସାଧାରଣଙ୍କ ପାଇଁ ଖୋଲା ଯାଇଛି ପାର୍କ ।

Leave A Reply

Your email address will not be published.