ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ଏଣିକି କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ

0

ଭୁବନେଶ୍ବର: ଏଣିକି ଆଉ ଅଭିଯୁକ୍ତ କିମ୍ବା ଅପରାଧୀର ନାର୍କୋ ଟେଷ୍ଟ ପାଇଁ ମୁମ୍ବାଇ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ ଆନାଲିସିସ ଟେଷ୍ଟ କରାଯିବ। ତା’ପୁଣି ଆସନ୍ତା ମାସରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ।

କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କ୍ୟାପିଟାଲ ହସ୍ପିଟାଲ ଓଟିରେ କରାଯିବ ନାର୍କୋ ପରୀକ୍ଷା। ଏଥିଲାଗି ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ଆସିସାରିଛି ଆବଶ୍ୟକୀୟ ଉପକରଣ। ଷ୍ଟେଟ ଫରେନ୍ସିକ୍ ଲ୍ୟାବ ସହ ଗତକାଲି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବୈଠକ ହୋଇଥିଲା। ବୈଠକ ପରେ କ୍ୟାପିଟାଲ ହସ୍ପିଟାଲ ଆନାସ୍ଥେସିଆ ଓ ମାନସିକ ରୋଗ ବିଶେଷଜ୍ଞଙ୍କ ଏବେ ପ୍ରଶିକ୍ଷଣ ଚାଲିଛି। କ୍ୟାପିଟାଲ ହସ୍ପିଟାଲ ଓଟିରେ ନିଶା ଇଞ୍ଜେକସନ୍ ପ୍ରୟୋଗ କରାଯିବା ସହ ଟେଷ୍ଟ କରାଯିବ।

Leave A Reply

Your email address will not be published.