ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନ୍ୟାସ୍‌ନାଲ୍ ଗେମ୍ସରେ ପ୍ରତିନିଧିତ୍ୱ କରିବେ ସୋଆର ଫ୍ୟାକଲ୍ଟି ଓ ଦୁଇ ଛାତ୍ରୀ

0

ଭୁବନେଶ୍ୱର, ୧୯/୧୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ଫ୍ୟାକଲ୍ଟି ଓ ଦୁଇ ଜଣ ଛାତ୍ରୀ ଆସନ୍ତା ଅକ୍ଟୋବର ୨୫ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଗୋଆ ଠାରେ ଆୟୋଜିତ ହେବାକୁ ଥିବା ୩୭ତମ ନ୍ୟାସ୍‌ନାଲ୍ ଗେମ୍ସରେ ମିନି ଗଲ୍ଫ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ । ଏହି ଆଥଲେଟ୍‌ମାନେ ହେଲେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଂଟ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ଏବଂ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ବିବିଏ ଏଲଏଲ୍‌ବି (ଅନର୍ସ)ର ତୃତୀୟ ବର୍ଷର ଦୁଇ ଜଣ ଛାତ୍ରୀ ଅମ୍ରିତା ଦାସ ଓ ଆଦ୍ୟାଶା ମିଶ୍ର ।

ଏହି ପରିପ୍ରେକ୍ଷୀରେ ୩ ଜଣ ଖେଳାଳୀ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କୁ ସାକ୍ଷାତ କରିଥିବା ବେଳେ ସେ ପ୍ରତିଯୋଗିତାରେ ସେମାନଙ୍କର ସଫଳତା କାମନା କରଥିଲେ । କୁଳପତିଙ୍କ ସାକ୍ଷାତ କରିବା ସମୟରେ ଓଡ଼ିଶା ମିନି ଗଲ୍ଫ ଆସୋସିଏସନ୍‌ର କନ୍‌ସଲଟାଂଟ ଶ୍ରୀ ପ୍ରସନଜୀତ ପତି ଏବଂ ସୋଆର ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନୀତା ବର୍ମା ମଧ୍ୟ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ନ୍ୟାସ୍‌ନାଲ୍ ଗେମ୍ସରେ ମିନି ଗଲ୍ଫକୁ ଅନ୍ତର୍ଭୁକ୍ତ କରାଯାଇଛି ।

Leave A Reply

Your email address will not be published.