ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଆନ୍ଦୋଳନକୁ ସ୍ଥଗିତ ରଖିଲା ପରିବା ବ୍ୟବସାୟୀ ସଂଘ

0

ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲା ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଲା ସଂଘ। ଗତକାଲି ମଧ୍ୟ ବିଧାୟକ, ଡେପୁଟି କମିଶନର, ଜୋନ ଏସପି ଓ ପରିବା ସଂଘକୁ ନେଇ ହୋଇଥିଲା ଆଲୋଚନା। ରାଜଧାନୀ କଞ୍ଚା ପନିପରିବା ମହାଜନ ସଂଘର ଦାବିକୁ ନେଇ ହୋଇଥିଲା ଆଲୋଚନା। ଅନ୍ୟ ପର୍ବପର୍ବାଣୀ ସମୟରେ ଦୋକାନ ନେଇ ବିଏମସି ଅନୁମତି ଦେବ ନାହିଁ। ୭ ଦଫା ଦାବି ଉପରେ ହୋଇଛି ଆଲୋଚନା। ୨୦ ତାରିଖରୁ ବନ୍ଦ ଡାକରା ଦେଇଥଲା ସଙ୍ଘ।

ସୂଚନାଯୋଗ୍ୟ, ରାଜଧାନୀ କଞ୍ଚା ପନିପରିବା ମହାଜନ ସଙ୍ଘ ସମ୍ପାଦକ କବିରାଜ ସ୍ଵାଇଁଙ୍କ ସୂଚନାନୁସାରେ ମହାସଂଘର ଆନ୍ଦୋଳନ ଡାକରା ପରେ ଗତକାଲି ମଧ୍ୟ ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ବିଏମ୍‌ସି ଡେପୁଟି କମିସନର୍ କମିସନରେଟ୍ ପୋଲିସର ଯୋନ 1 ଏସିପି, ଆଇଆଇସି ଓ ଜେଡିସି ପ୍ରମୁଖ ଉପସ୍ଥିତ ଥିଲେ। ମହାସଂଘର ଦାବିଗୁଡିକ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଦାବି ପୂରଣ କରିବାକୁ ପ୍ରଶାସନ ପକ୍ଷରୁ ସମୟ ମଗାଯାଇଛି। ସେହିପରି ପାର୍ବଣ ଚାଲିଥିବାରୁ ହଠାତ ପରିବା ବ୍ୟବସାୟ ବନ୍ଦ କଲେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବ। ଦାବି ନେଇ ଲିଖିତ ପ୍ରତିଶ୍ରୁତି ମିଳିଛି ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.