ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା

0

ଆନ୍ଧ୍ରପ୍ରଦେଶ: ଗୋଟିଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ଏଥିରେ ବହୁ ଯାତ୍ରା ଗୁରୁତର ଆହତ ହୋଇଛନ୍ତି। ଦୁଇ ପାସେଞ୍ଜର ଟ୍ରେନ୍‌ଟି ଓଡ଼ିଶା ଆସୁଥିବା ଜଣାପଡ଼ିଛି। 

ଉଲ୍ଲେଖଯୋଗ୍ୟ, ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ ନିର୍ଦ୍ଧାରିତ ସମୟରେ ବିଶାଖାପାଟଣାଠାରୁ ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଛାଡ଼ିବାର ୧୫ ମିନିଟ୍‌ ପରେ ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଛାଡ଼ିଥିଲା। ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ଟି ବିଜୟନଗ୍ରମ ଆଲ୍‌ମଣ୍ଡ ଷ୍ଟେସନ୍‌ଠାରୁ ଦୁଇ କିମି ଦୂରରେ ଛିଡ଼ା ହୋଇଥିଲା। ସେହି ଟ୍ରାକ୍‌ରେ ପଛରୁ ଆସୁଥିବା ବିଶାଖାପାଟଣା-ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ ଧକ୍କା ଦେଇଥିଲା।ଫଳରେ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନ୍‌ର ୪ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

Leave A Reply

Your email address will not be published.