ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ସୋଆରେ ଏମ୍‌.ଏସ୍‌.ସ୍ୱାମୀନାଥନ ସ୍ମାରକୀ ଆଲୋଚନାଚକ୍ର ଆୟୋଜିତ

0

ଭୁବନେଶ୍ୱର,୩୦/୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ (ଆଇଏଏସ୍‌)ରେ ପ୍ରଖ୍ୟାତ କୃଷି ବୈଜ୍ଞାନିକ ସ୍ୱର୍ଗତଃ ଏମ୍‌.ଏସ୍‌.ସ୍ୱାମୀନାଥନ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଉଦ୍ଭିଦ ପ୍ରଜନନ ଓ ଆନୁବଂଶିକ ବିଭାଗର ପ୍ରତିଷ୍ଠିତ ପ୍ରଫେସର ତଥା ଧାନ ଗବେଷଣାର ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଜ୍ଞାନିକ ପ୍ରଫେସର ସତ୍ୟ ରଞ୍ଜନ ଦାସ ମୁଖ୍ୟ ଅତିଥି ତଥା ଆଲୋଚନା ବକ୍ତା ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ପ୍ରଫେସର ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ । କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ସ୍ୱାମୀନାଥନ୍‌ଙ୍କ ସ୍ମୃତିରେ ଅନୁଷ୍ଠିତ ଏହି ଆଲୋଚନାକୁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ ।

ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଆଲୋଚନାରେ ଅନ୍ୟତମ ଅତିଥି ପ୍ରଫେସର ସତ୍ୟ ରଞ୍ଜନ ଦାସ ଓଡ଼ିଶାର ଜଳବାୟୁରେ ଧାନ କିସମର ପ୍ରକାରଭେଦ, ଜଳବାୟୁ ପରିବର୍ତନରେ ଧାନ ଗବେଷଣାର ଦିଗ, ଉଦ୍ଭିଦ ପ୍ରଜନନ ବିଜ୍ଞାନର ପାରମ୍ପରିକ ଓ ଅତ୍ୟାଧୁନିକ ଦିଗ ଉପରେ ବିଷଦ ଆଲୋକପାତ କରିଥିଲେ ।

ଏହି ଆଲୋଚନାରେ କୃଷି ମହାବିଦ୍ୟାଳୟ ପକ୍ଷରୁ ପ୍ରଫେସର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପ୍ରଫେସର ସରୋଜ କୁମାର ମହାନ୍ତି ଆଲୋଚନାର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିବା ବେଳେ ପ୍ରଫେସର ଭବେନ୍ଦ୍ର ବୈଶାଖ ଧନ୍ୟବାଦ ଦେଇଥିଲେ ।

ଏହି ଆଲୋଚନାରେ କୃଷି ମହାବିଦ୍ୟାଳୟର ଉପଦେଷ୍ଟା ପ୍ରଫେସର ବିଜୟ କୁମାର ସାହୁ, ସୋଆର ଆଡିସ୍‌ନାଲ ଡିନ୍ (ରିସର୍ଚ୍ଚ) ତଥା ଆଇଏଏସ୍‌ର ଓଏସ୍‌ଡି ପ୍ରଫେସର ପ୍ର୍ରିୟବ୍ରତ ପଟ୍ଟନାୟକ, ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଡକ୍ଟର ଅଂଶୁମାନ ଜେନା, ଡକ୍ଟର ଭୁବନାନନ୍ଦ ଅଧିକାରୀ, ରାଜୀବ କୁମାର ବେହେରା, ବିଦ୍ୱାନ ରଞ୍ଜନ ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.