ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ହାତ ଧୋଇବା ଦ୍ୱାରା ସଂକ୍ରମଣକୁ ଦୂର କରିହେବ: ବିଶେଷଜ୍ଞ

0

ଭୁବନେଶ୍ୱର, ୩୧/୧୦: ସେପ୍‌ସିସ୍ ଯୋଗୁଁ ବିଶ୍ୱରେ ବର୍ଷକୁ ୧ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ପ୍ରତି ୧୦୦ ମୃତ୍ୟୁ ମଧ୍ୟରୁ ୩୫ ଟିର କାରଣ ସେପ୍‌ସିସ୍ । ଏହା ପୃଥିବୀରେ ମୃତ୍ୟୁର ତୃତୀୟ ମୁଖ୍ୟ କାରଣ ପାଲଟିଥିବା ବେଳେ ଆଇସିୟୁରେ ପ୍ରଥମ ମୃତ୍ୟୁର କାରଣ ପାଲଟିଛି ଏବଂ ଏହା କୌଣସି ମହାମାରୀ ଠାରୁ କମ୍ ନୁହେଁ ବୋଲି କହିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସହଯୋଗରେ ମଙ୍ଗଳବାର ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଅଫ୍ କ୍ରିଟିକାଲ୍ କେୟାର ମେଡିସିନ୍‌ (ଆଇଏସ୍‌ସିସିଏମ୍‌), ଭୁବନେଶ୍ୱର ଶାଖାର ବାର୍ଷିକ ଉତ୍ସବରେ ଯୋଗ ଦେଇ ଡାକ୍ତର ରାୟ କହିଛନ୍ତି ଯେ ସେପ୍‌ସିସ୍ ଭଳି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ସଚେତନ ହେବା ସହ ଡାକ୍ତରଖାନାରେ ନିୟମିତ ହାତ ଧୋଇବାର ପ୍ରକ୍ରିୟାକୁ ଜାରି ରଖିବା ଉଚିତ୍ । କୋଭିଡ ପରେ ଲୋକମାନେ ପୁଣି ଥରେ ନିୟମିତ ହାତ ଧୋଇବା ଅଭ୍ୟାସ ଭୁଲିଯାଇଥିବା ବେଳେ କେବଳ ହାତ ଧୋଇବା ଦ୍ୱାରା ହିଁ ୯୫ ପ୍ରତିଶତ ସଂକ୍ରମଣର ଭୟକୁ ଦୂର କରାଯାଇପାରିବ ବୋଲି ସେ କହିଛନ୍ତି ।

ଆଇଏସ୍‌ସିସିଏମ୍‌ର ଚଳିତ ବର୍ଷର ପ୍ରସଙ୍ଗ ରହିଛି ‘ପ୍ରିଭେଂଟ ସେପ୍‌ସିସ୍‌, ସେଭ୍ ଲାଇଫ୍‌’ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର)ପୁଷ୍ପରାଜ ସାମନ୍ତସିଂହାର ସେପ୍‌ସିସ୍‌ରୁ ରକ୍ଷା ପାଇବା ନିମନ୍ତେ ଓ କୌଣସି ପ୍ରକାର ବ୍ୟାଧିର ଶିକାର ନ ହେବା ପାଇଁ ହାତ ଧୋଇବା ହିଁ ସବୁଠାରୁ ବଡ଼ ପ୍ରତିଷେଧକ ବୋଲି କହିଥିଲେ । ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଉନ୍ନତମାନର ଆଇସିୟୁ, ଏସ୍‌ଡିୟୁ ଓ ବିଶେଷଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ ।

ଏହି ଅବସରରେ ଆଇଏସ୍‌ସିସିଏମ୍‌ର ଭୁବନେଶ୍ୱର ଶାଖାର ଚେୟାରମ୍ୟାନ୍ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ଡେପୁଟି ମେଡିକାଲ୍‌ ସୁପରିଟେଣ୍ଡେଂଟ ଡ. ଆନନ୍ଦ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଅକ୍ଟୋବର ମାସକୁ ଆଇଏସ୍‌ସିସିଏମ୍ ମାସ ଭାବେ ପାଳନ କରାଯାଏ ବୋଲି କହିଥିଲେ । ସେପ୍‌ସିସ୍‌କୁ ନେଇ ଲୋକମାନେ ସଚେତନ ହେବା ଆବଶ୍ୟକ ଓ ଅସୁସ୍ଥ ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଜରୁରୀ ବୋଲି ଡ. ମିଶ୍ର କହିଥିଲେ । ଏହା ଦ୍ୱାରା ସଂକ୍ରମଣ ଶରୀରର ଅନ୍ୟାନ୍ୟ ଅଂଗକୁ ପହଂଚିପାରିବ ନାହିଁ । ସେପ୍‌ସିସ୍ ସବୁ ବୟସର ଲୋକଙ୍କ ଶରୀରକୁ ସଂକ୍ରମିତ କରିପାରେ । ବିଶେଷ କରି ଏହା ଯକୃତ, ଫୁସଫୁସ ଓ ବୃକକ୍‌କୁ ଅଧିକ ମାତ୍ରାରେ ଆକ୍ରାନ୍ତ କରିଥାଏ ବୋଲି ଡ. ମିଶ୍ର କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଏସ୍‌ସିସିଏମ୍‌ର ସମ୍ପାଦକ ଡ. ବିଶ୍ୱବିକାଶ ମହାନ୍ତି ଓ କୋଷାଧ୍ୟକ୍ଷ ଡ. ସମୀର ସାମଲ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ରୋଗୀମାନଙ୍କର ସମ୍ପର୍କୀୟ ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.