ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ

0

ପୁରୀ: ୨୦୨୪ ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏନେଇ ଯୋରଦାର ପ୍ରସ୍ତୁତି ଚାଲିଛି କିନ୍ତୁ ୧୨ ତାରିଖରୁ ୫ ଦିନ ଧରି ଚାଲିବ ପ୍ରତିଷ୍ଠା, ହୋମ ଯଜ୍ଞାଦି କାର୍ଯ୍ୟକ୍ରମ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗନ୍ନାଥ ବଲ୍ଲଭ ଉନ୍ନୟନ କାମ ସମୀକ୍ଷା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଜଗନ୍ନାଥ ବଲ୍ଳଭରେ ହେଉଥିବା ମଲ୍ଟି ଲେବଲ୍ ପାର୍କିିଂ, ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ, ୩୭ ଶହ ବର୍ଗଫୁଟର ଧ୍ୟାନ ଯୋଗ କେନ୍ଦ୍ର, ୧୮୪ଟି ଦୋକାନ, ୧୪୨୦ କାର ପାର୍କିଂ, ୨ ଶହ ଦୁଇ ଚକିଆ ଯାନ ପାଇଁ ପାର୍କିଂ କାମ କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରକଳ୍ପ ପ୍ରତିଷ୍ଠା, ପୂଜା ଓ ଲୋକାର୍ପଣ ନେଇ ବୈଠକ ବସିବା ପୂର୍ବରୁ ସମୀକ୍ଷା କରିଛନ୍ତି ଗଜପତି । ସମୀକ୍ଷା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Srimandir Parikrama Project Adds New Chapter In Odisha's History | Odisha

ଉଲ୍ଲେଖଯୋଗ୍ୟ, ଜାନୁଆରୀ ୧୭ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା। ୨୦୨୧ ନଭେମ୍ବର ୨୪ତାରିଖରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ଯୋଜନା ମଡେଲ ଅନାବରଣ କରିବା ସହ ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ନବୀନ। ଶିଳାନ୍ୟାସ ପରେ ନିର୍ମାଣ କାମ ଆରମ୍ଭ କରିଥିଲା ଟାଟା ପ୍ରକଳ୍ପ।

ଏହାପରଠୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ ପ୍ରତି ସପ୍ତାହରେ ଅନୁଧ୍ଯାନ କରିଛନ୍ତି ଫାଇଭ୍-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍। ପ୍ରକଳ୍ପ ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ହେଉଛି ସବୁଜ ବଳୟ। ଚାରିପାଖେ ଥିବା ମଠ ଏବଂ ମନ୍ଦିର ଗୁଡ଼ିକର ପୁନଃବିକାଶ କରାଯାଉଛି। ଭକ୍ତଙ୍କ ସାମଗ୍ରୀ ରଖିବା ପାଇଁ ସ୍ବତନ୍ତ୍ର ଗୃହ, ସୂଚନା ଓ ଦାନ କେନ୍ଦ୍ର ସହ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଆରକ୍ଷୀ ସେବା କେନ୍ଦ୍ର ନିର୍ମାଣ କରାଯାଉଛି। ପାନୀୟଜଳ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ଏଟିଏମ୍ ବ୍ୟବସ୍ଥା ବି ହେଉଛି।

Leave A Reply

Your email address will not be published.