ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି

0

ଭୁବନେଶ୍ବର: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି । ଅବସର ପାଇଁ ବଂଶଲଙ୍କୁ ରାଜ୍ୟ ସରକାର ଦେଲେ ଅନୁମତି। ଆସନ୍ତା ଡିସେମ୍ବର ୩୧ ତାରିଖରେ ସରକାରୀ ଚାକିରିରୁ ଅବସର ନେବାକୁ ତାଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ସହିତ  ରାଜ୍ୟର ପରବର୍ତ୍ତୀ ପୁଲିସ ମୁଖିଆ କିଏ ହେବେ, ସେନେଇ ଚର୍ଚ୍ଚା ଆହୁରି ଜୋର ଧରିଛି।

ଦୁଇ ବର୍ଷ କାର୍ଯ୍ୟକାଳ ସରିବାରୁ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ସେ ୧୯୮୭ ବ୍ୟାଚର ଓଡିଶା କ୍ୟାଡରର ଆଇପିଏସ୍ ଅଫିସର। ମୟୂରଭଞ୍ଜ ଏସ୍‌ପି ଭାବେ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ। ଓଡିଶା ଫେରିବା ସହିତ ପୋଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଥିଲେ। ବଂଶଲ ମାଓବାଦୀ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

Leave A Reply

Your email address will not be published.