ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ପବିତ୍ର ଅଁଳା ନବମୀ ଅବସରେ ଓଡିଆଣୀ ବେଶରେ ରାଧାରାଣୀ

0

ପୁରୀ: ଆଜି ପବିତ୍ର ଅଁଳା ନବମୀରେ ପୁରୀ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ଆରମ୍ଭ ହୋଇଯାଇଛି। ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ବଡ଼ି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପବିତ୍ର ଅଁଳା ନବମୀ ଅବସରରେ ବର୍ଷକୁ ଥରଟିଏ ଏହି ବେଶ ସହ ରାଧା ପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ତେଣୁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ ସହିତ ପାନୀୟଜଳ, ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଭିଡ଼ ଓ ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି।ବିଳମ୍ବିତ ରାତିରୁ ଦ୍ବାର ଫିଟାଯାଇ ସମସ୍ତ ନୀତିକାନ୍ତି ପାଳନ କରାଯାଇଛି । ରାଧାକୃଷ୍ଣଙ୍କୁ ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇ ବେଶ ଅନୁଷ୍ଠିତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ସମସ୍ତ ବନ୍ଦୋବସ୍ତ କରିଥିବା ବେଳେ, ଗହଳିକୁ ନଜରରେ ରଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.