ପ୍ରମୁଖ ଖବର

ମହିଳା ଆରକ୍ଷଣ ବିଲ୍ ବିଫଳ, ପରିଣାମ ଭୋଗିବେ : ନରେନ୍ଦ୍ର ମୋଦୀ
ହର୍ମୁଜ ପ୍ରଣାଳୀରେ ଭାରତୀୟ ସୁପରଟ୍ୟାଙ୍କର୍‌ ଉପରେ ଗୁଳିମାଡ଼
ଗ୍ରୀଷ୍ମ ପ୍ରବାହ ପାଇଁ ଆସିଲା ନୂଆ ଏସ୍‌ଓପି
ମହିଳା ବିଲ୍ ବିଫଳ,ବିରୋଧୀଙ୍କ ଆକ୍ରମଣ, ‘ଗଣତନ୍ତ୍ରର ବିଜୟ’: ପ୍ରିୟଙ୍କା ଗାନ୍ଧୀ
‘ଏନର୍ଜି କ୍ୟାପିଟାଲ’ ହେବ ଅନୁଗୁଳ : ମୁଖ୍ୟମନ୍ତ୍ରୀ

ପବିତ୍ର ଅଁଳା ନବମୀ ଅବସରେ ଓଡିଆଣୀ ବେଶରେ ରାଧାରାଣୀ

0

ପୁରୀ: ଆଜି ପବିତ୍ର ଅଁଳା ନବମୀରେ ପୁରୀ ସାକ୍ଷୀଗୋପାଳର ସାକ୍ଷୀଗୋପୀନାଥ ମନ୍ଦିରରେ ରାଧାପାଦ ଦର୍ଶନ ନୀତି ଆରମ୍ଭ ହୋଇଯାଇଛି। ରାଧାରାଣୀ ଓଡ଼ିଆଣୀ ବେଶରେ ଓ ଶ୍ରୀକୃଷ୍ଣ ନଟବର ବେଶରେ ସଜ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ବଡ଼ି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇଛନ୍ତି। ସାକ୍ଷୀଗୋପାଳ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପବିତ୍ର ଅଁଳା ନବମୀ ଅବସରରେ ବର୍ଷକୁ ଥରଟିଏ ଏହି ବେଶ ସହ ରାଧା ପାଦ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ତେଣୁ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ହୋଇଛି ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ ସହିତ ପାନୀୟଜଳ, ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଭିଡ଼ ଓ ଟ୍ରାଫିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି।ବିଳମ୍ବିତ ରାତିରୁ ଦ୍ବାର ଫିଟାଯାଇ ସମସ୍ତ ନୀତିକାନ୍ତି ପାଳନ କରାଯାଇଛି । ରାଧାକୃଷ୍ଣଙ୍କୁ ବିବିଧ ସ୍ବର୍ଣ୍ଣ ଅଳଙ୍କାରରେ ଭୂଷିତ କରାଯାଇ ବେଶ ଅନୁଷ୍ଠିତ କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ସମସ୍ତ ବନ୍ଦୋବସ୍ତ କରିଥିବା ବେଳେ, ଗହଳିକୁ ନଜରରେ ରଖି ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.