ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଶ୍ବବିଦ୍ୟାଳୟରେ ଦଳାଚକଟା

0

କୋଚି: କେରଳର କୋଚିରେ କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ଆୟୋଜିତ ମ୍ୟୁଜିକ୍ କନସର୍ଟରେ ଦଳାଚକଟା । ଦଳାଚକଟାରେ ୪ ଛାତ୍ରଙ୍କ ମୃତ୍ୟୁ । ଏକାଧିକ ଛାତ୍ରଛାତ୍ରୀ ଆହତ ।

ଘଟଣା ସମ୍ପର୍କରେ ସୂଚନା ଦେଇ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ନିଖିତା ଗାନ୍ଧୀଙ୍କ ସଂଗୀତ ସମାରୋହ ସମୟରେ ଏହି ଅଘଟଣ ଘଟିଛି । ବିଶ୍ୱବିଦ୍ୟାଳୟ ପରିସରରେ ଖୋଲା ଆକାଶ ଅଡିଟୋରିୟମରେ ସଂଗୀତ କନସର୍ଟ ଆୟୋଜିତ ହୋଇଥିଲା । ଆହତଙ୍କ ଚିକିତ୍ସା ପାଇଁ କଲାମାସେରି ମେଡିକାଲ କଲେଜରେ ବ୍ୟବସ୍ଥା କରାଯାଇଛି । ନିଖିତା ଗାନ୍ଧୀଙ୍କ ସଂଗୀତ ସମାରୋହ ଚାଲିଥିବା ବେଳେ ଯେଉଁ ଛାତ୍ରମାନେ ପଛରେ ଛିଡ଼ା ହୋଇ ମ୍ୟୁଜିକ ଶୁଣୁଥିଲେ ହଠାତ୍ ବର୍ଷା ହେବାରୁ ସେମାନେ ସବୁ ଷ୍ଟେଜ୍ ଫ୍ରଣ୍ଟକୁ ଦଉଡିବାକୁ ଲାଗିଲେ । ଏଥିପାଇଁ ଦଳଚକଟା ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.