ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ ପକ୍ଷରୁ ମିଳିଲା ଏ++ ମାନ୍ୟତା

0

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟକୁ  ନାକ୍‌ (ନ୍ୟାସ୍‌ନାଲ ଆସେସ୍‌ମେଣ୍ଟ ଆଣ୍ଡ ଏକ୍ରିଡିଏସନ୍‌ କାଉନ୍‌ସିଲ) ଏ++ ମାନ୍ୟତା ମିଳିଛି। ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍‌ସା ବିଶ୍ବବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନାକ୍‌ ଦ୍ବାରା ଏହି ମାନ୍ୟତା ମିଳିବା ପରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଭିଭାବକ ଓ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ରେଭେନ୍ସା କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀ ସମସ୍ତେ ବାଜା ବଜାଇ ନାଚଗୀତରେ ମସଗୁଲ ହୋଇଛନ୍ତି।

ସୂଚନାଯୋଗ୍ୟ ଗତ ୨୦ ତାରିଖ ଦିନ ନାକ୍‌ର ଏକ ୫ ଜଣିଆ ଟିମ୍ ରେଭେନ୍‌ସା ବିଶ୍ବବିଦ୍ୟାଳୟକୁ ଆସିଥିଲେ। ଏହି ଟିମ୍‌ର ସଦସ୍ୟମାନେ ତିନିଦିନ ଧରି ଅର୍ଥାତ ୨୨ ତାରିଖ ପର୍ଯ୍ୟନ୍ତ ଶିକ୍ଷାର ବିକାଶ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେନେଇ ଅନୁଧ୍ୟାନ କରିଥିଲେ। ବିଶେଷଜ୍ଞ ଟିମ୍‌ ଦ୍ବାରା କରାଯାଇଥିବା ରିପୋର୍ଟ ପ୍ରକାଶିତ ହେବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଥିବା ଜଣାଯାଇଛି।

ତେବେ ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ A++ ମାନ୍ୟତା ମିଳିଛି। ବିଶ୍ବବିଦ୍ୟାଳୟରେ ଶିକ୍ଷା, ଗବେଷଣା, ଭିତ୍ତିଭୂମି, ବିଭିନ୍ନ କାର୍ଯ୍ୟକ୍ରମ, ସୁଶାସନ, ନେତୃତ୍ବ, ପରିଚାଳନା ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ନାକ୍‌ ଟିମ୍‌ ପକ୍ଷରୁ A++ ମାନ୍ୟତା ଦିଆଯାଇଛି।

Leave A Reply

Your email address will not be published.