ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୩ ରାଜ୍ୟରେ ବିଜେପି ଆଗୁଆ,ତେଲେଙ୍ଗାନାରେ କଂଗ୍ରେସ

0

ଭୁବନେଶ୍ବର: ଆସିଛି ୪ ରାଜ୍ୟର ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ବଡ ବିଜୟ ହାସଲ କରିଛି । ଛତିଶଗଡ଼ରେ ବିପୁଳ ବିଜୟ ପରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରିଛି ବିଜେପି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବିଜୟ ଏକ ଐତିହାସିକ ବିଜୟ । ଏହା ସୁଶାସନର ବିଜୟ, ଏହି ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ।

ତେବେ ତେଲେଙ୍ଗାନାରେ କେସିଆରଙ୍କ ୧୦ ବର୍ଷର ଶାସନ କ୍ଷମତାକୁ ଛଡାଇ ଆଣିଛି କଂଗ୍ରେସ । ୨୦୨୪ ପୂର୍ବରୁ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି । ମଧ୍ୟପ୍ରଦେଶରେ ପ୍ରଚଣ୍ଡ ବହୁମତ ସହ ପୁଣି ଥରେ କ୍ଷମତାକୁ ଫେରିବାକୁ ଯାଉଥିବାବେଳେ, ସମସ୍ତଙ୍କ ଚମକାଇ, ରାଜସ୍ଥାନ ଓ ଛତିଶଗଡକୁ କଂଗ୍ରେସ ହାତରୁ ଛଡାଇ ନେଇଛି । ତିନି ରାଜ୍ୟରେ ବିଜୟ ପରେ ବିଜେପି ଶିବିରରେ ଉତ୍ସାହ ଦେଖାଦେଇଛି ।

Leave A Reply

Your email address will not be published.