ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବଙ୍ଗୋପସାଗର ରେ ବାତ୍ୟା ‘ ମିଚାଉଙ୍ଗ ‘

0

ଭୁବନେଶ୍ବର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସକ୍ରିୟ ରହିଛି ବାତ୍ୟା ‘ ମିଚାଉଙ୍ଗ ‘ ଏହା ଉତ୍ତର- ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆସନ୍ତା ୨୪ ଘଣ୍ଟା ରେ ଭୀଷଣ ବାତ୍ୟା ରେ ପରିଣତ ହେବ। ୪ ତାରିଖ ଅପରାହ୍ନ ରେ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ରେ ପହଞ୍ଚିବ ଓ ଉତ୍ତର ଦିଗ ରେ ଅଗ୍ରସର ହୋଇ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ରେ ସମାନ୍ତରାଳ ଭାବରେ ଗତି କରି ୫ ତାରିଖ ରେ ଆନ୍ଧ୍ରପ୍ରଦେଶ ର ନେଲୋର୍ ଓ ମଛଲିପଟନମ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ କରିବା ପରେ ଏହି କ୍ଷେତ୍ର କ୍ରମଶଃ ଦୁର୍ବଳ ହୋଇ ଉତ୍ତର ଉତ୍ତର ପୂର୍ବ ଦିଗ ରେ ଉତ୍ତର ଆନ୍ଧ୍ର – ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିବ।

ଏହା ପ୍ରଭାବ ରେ ଆସନ୍ତା ୪ ତାରିଖ ରେ ଓଡ଼ିଶା ର ଦକ୍ଷିଣ ଜିଲ୍ଲା ରେ ବର୍ଷା ର ପ୍ରଭାବ ରହିବ। ଉପକୂଳ ଓଡ଼ିଶା ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ୫-୬ ତାରିଖ ରେ ମାଲକାନାଗିରି, କୋରାପୁଟ , ରାୟଗଡ଼ା, ଗଜପତି, ଗଞ୍ଜାମ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ( ୧୧-୨୦ସେମି ) ସମ୍ଭାବନା ରହିଛି। ପୁରୀ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ଼ , କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭-୧୧ ସେମି ) ହେବାର ସମ୍ଭାବନା ରହିଛି।

୪ ତାରିଖ ସନ୍ଧ୍ୟା ପରେ ଗଜପତି, ଗଞ୍ଜାମ , ପୁରୀ , ଜଗତସିଂହପୁର ଉପକୂଳ ରେ ପବନ ର ବେଗ ୩୫-୪୫ କିମି/ ଘଣ୍ଟା ରହିବ। ୦୫ ତାରିଖ ସନ୍ଧ୍ୟା ରୁ ୦୬ ସକାଳ ଯାଏଁ ପବନ ର ବେଗ ୪୦-୫୦ କିମି/ ଘଣ୍ଟା ରହିପାରେ। ସେହିପରି ମାଲକାନାଗିରି, ରାୟଗଡ଼ା, କୋରାପୁଟ ରେ ପବନ ର ବେଗ ୩୦-୪୦କିମି/ ଘଣ୍ଟା ରହିପାରେ। ଆସନ୍ତା ୦୭ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ।
ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.