ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଇପିଏସ୍ ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ

0

ଭୁବନେଶ୍ବର: ରାଜ୍ୟ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଇପିଏସ ବି. ରାଧିକାଙ୍କୁ ମିଳିଛି ନୂଆ ଦାୟିତ୍ୱ । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ମିଳିଲା ନୂଆ ଦାୟିତ୍ୱ। ବି. ରାଧିକା ହେଲେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ । ଏସଏଫଏସଆଇର ନିର୍ଦ୍ଦେଶ ଭାବେ ମଧ୍ୟ ମିଳିଲା ଅତିରିକ୍ତ ଦାୟିତ୍ୱ ।

ସେହିପରି ଆଇପିଏସ ଆଶିଷ ସିଂଙ୍କୁ ସିଇଓ ଓପିଏଚଡବ୍ଲୁସି ଭାବେ ଦାୟିତ୍ୱ ମିଳିଛି । ଏସ ସାଇନିଙ୍କୁ ସିଏଡବ୍ଲୁ ଆଣ୍ଡ ସିଡବ୍ଲୁର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏହି ପଦବୀ ସହ ରାଧିକାଙ୍କୁ ଓଡ଼ିଶା ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ନିର୍ଦ୍ଦେଶକ ଭାବେ ଏବେ ୨୦୦୪ ଆଇପିଏସ୍ ଆଶୀଷ କୁମାର ସିଂ କାର୍ଯ୍ୟରତ ଅଛନ୍ତି । ସେ ଅତିରିକ୍ତ ଭାବେ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି ।

ଆଜି ସରକାର ପୁଣି ତାଙ୍କୁ ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ନିଜର ପୂର୍ବ ଦାୟିତ୍ୱ ସହ ଏହି ନୂଆ ଦାୟିତ୍ୱ ତୁଲାଇବେ । ଆଉ ସେ ସିଇଓ ଭାବେ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(ସିଏମଡି)ଙ୍କୁ ରିପୋର୍ଟ କରିବେ ।

ସେହିପରି ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର (ଆଇଜି ପ୍ରଶିକ୍ଷଣ) ୨୦୦୧ ବ୍ୟାଚ୍ ଆଇପିଏସ୍ ସାଇନି.ଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ତବ ଭାବେ ତାଙ୍କୁ କ୍ରାଇମ ଏଗନେଷ୍ଟ ୱିମେନ୍ ଆଣ୍ଡ ଚାଇଲ୍ଡ ୱିଙ୍ଗ( ସିଏଡବ୍ଲ୍ୟୁଆଣ୍ଡ ସିଡବ୍ଲ୍ୟୁ)ର ଆଇଜି ଦାୟିତ୍ୱ ନ୍ୟସ୍ତ ହୋଇଛି ।

Leave A Reply

Your email address will not be published.