ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଆଇପିଏସ୍ ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ

0

ଭୁବନେଶ୍ବର: ରାଜ୍ୟ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ଆଇପିଏସ ବି. ରାଧିକାଙ୍କୁ ମିଳିଛି ନୂଆ ଦାୟିତ୍ୱ । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ମିଳିଲା ନୂଆ ଦାୟିତ୍ୱ। ବି. ରାଧିକା ହେଲେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ । ଏସଏଫଏସଆଇର ନିର୍ଦ୍ଦେଶ ଭାବେ ମଧ୍ୟ ମିଳିଲା ଅତିରିକ୍ତ ଦାୟିତ୍ୱ ।

ସେହିପରି ଆଇପିଏସ ଆଶିଷ ସିଂଙ୍କୁ ସିଇଓ ଓପିଏଚଡବ୍ଲୁସି ଭାବେ ଦାୟିତ୍ୱ ମିଳିଛି । ଏସ ସାଇନିଙ୍କୁ ସିଏଡବ୍ଲୁ ଆଣ୍ଡ ସିଡବ୍ଲୁର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଏହି ପଦବୀ ସହ ରାଧିକାଙ୍କୁ ଓଡ଼ିଶା ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ନିର୍ଦ୍ଦେଶକ ଭାବେ ଏବେ ୨୦୦୪ ଆଇପିଏସ୍ ଆଶୀଷ କୁମାର ସିଂ କାର୍ଯ୍ୟରତ ଅଛନ୍ତି । ସେ ଅତିରିକ୍ତ ଭାବେ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି ।

ଆଜି ସରକାର ପୁଣି ତାଙ୍କୁ ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ସେ ନିଜର ପୂର୍ବ ଦାୟିତ୍ୱ ସହ ଏହି ନୂଆ ଦାୟିତ୍ୱ ତୁଲାଇବେ । ଆଉ ସେ ସିଇଓ ଭାବେ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(ସିଏମଡି)ଙ୍କୁ ରିପୋର୍ଟ କରିବେ ।

ସେହିପରି ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର (ଆଇଜି ପ୍ରଶିକ୍ଷଣ) ୨୦୦୧ ବ୍ୟାଚ୍ ଆଇପିଏସ୍ ସାଇନି.ଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ତବ ଭାବେ ତାଙ୍କୁ କ୍ରାଇମ ଏଗନେଷ୍ଟ ୱିମେନ୍ ଆଣ୍ଡ ଚାଇଲ୍ଡ ୱିଙ୍ଗ( ସିଏଡବ୍ଲ୍ୟୁଆଣ୍ଡ ସିଡବ୍ଲ୍ୟୁ)ର ଆଇଜି ଦାୟିତ୍ୱ ନ୍ୟସ୍ତ ହୋଇଛି ।

Leave A Reply

Your email address will not be published.