ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଭାରତରେ ଜନସଂଖ୍ୟାର ୬ ରୁ ୭ ପ୍ରତିଶତ ଲୋକ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଆନ୍ତି: ବିଶେଷଜ୍ଞ

0

ଭୁବନେଶ୍ୱର, ୧୫/୧୨: ପ୍ରତ୍ୟେକ ମଣିଷ ନିଜ ଦାନ୍ତର ଯତ୍ନ ନେବା ଉଚିତ୍ । ତେବେ ଭାରତରେ ମୋଟ ଜନସଂଖ୍ୟାର ମାତ୍ର ୬ ରୁ ୭ ପ୍ରତିଶତ ଲୋକ ନିଜ ଦାନ୍ତ ଚିକିତ୍ସା ପାଇଁ ଦନ୍ତ ଚିକିତ୍ସକଙ୍କ ନିକଟକୁ ଯାଇ ଥାଆନ୍ତି। ତେବେ ଏହି ସଂଖ୍ୟାକୁ ଅତି କମ୍‌ରେ ୧୫ ପ୍ରତିଶତକୁ ବଢ଼ାଇବା ପଡ଼ିବ ଏବଂ ଏ ନେଇ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ ବୋଲି ବିଶିଷ୍ଟ ଦନ୍ତ ଚିକିତ୍ସକ ତଥା ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍‌ର ସେକ୍ରେଟାରୀ ଜେନେରାଲ ଡାକ୍ତର ଅଶୋକ ଢ଼ାବଲେ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶୁକ୍ରବାର ୩୯ ତମ ଆଇଡିଏ ର ଓଡ଼ିଶା ରାଜ୍ୟ ସମ୍ମିଳନୀ ୨୦୨୩ ଉଦ୍ଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଢ଼ାବଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ସଭାପତି ଡାକ୍ତର ଦିବ୍ୟେନ୍ଦୁ ମଜୁମ୍‌ଦାର ଭାରତରେ ୩୭୦ ଟି ଡେଂଟାଲ୍ କଲେଜ ରହିଥିବା ବେଳେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦନ୍ତ ଚିକିତ୍ସକ ଅଛନ୍ତି ବୋଲି କହିଥିଲେ । ତେବେ ଏହି ସବୁ କଲେଜ ଗୁଡ଼ିକରେ ପାଠ୍ୟକ୍ରମର ପରିଚାଳନା ନିମନ୍ତେ ନ୍ୟାସ୍‌ନାଲ୍ ଟାସ୍କ ଫୋର୍ସର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଚଳିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ୍ ଫ୍ରେମ୍‌ୱାର୍କ (ଏନଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍‌ରେ ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ (ଆଇଡିଏସ୍‌) ୯ମ ସ୍ଥାନରେ ରହିଥିବାରୁ ସେ ବିଶ୍ଵବିଦ୍ୟାଳୟର ପ୍ରଶଂସା କରିଥିଲେ ।
ମୁଖର ତଥା ଦାନ୍ତର ସ୍ୱାସ୍ଥ୍ୟକୁ ନେଇ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ବେଳେ ପିଲାମାନଙ୍କୁ ଛୋଟବେଳରୁ ହିଁ ଦାନ୍ତର ଯତ୍ନ ନେଇ ଶିକ୍ଷା ଦେବା ଆବଶ୍ୟକ ବୋଲି ଡାକ୍ତର ଢ଼ାବଲେ କହିଥିଲେ । ଏ ନେଇ ନ୍ୟାସ୍‌ନାଲ୍ ସ୍କୁଲ୍ ଓରାଲ ହେଲ୍‌ଥ ପ୍ରୋଗ୍ରମ୍‌ର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତ। କରି ସୋଆର ବିଭିନ୍ନ ଗବେଷଣାମୂଳକ କାର୍ଯ୍ୟ ଓ ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଆଇଡିଏ କଳିଙ୍ଗର ସଭାପତି ତଥା ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଓ ଆଇଡିଏ ଓଡ଼ିଶାର ସଭାପତି ଡାକ୍ତର ମାଇକେଲ୍ ଜନ୍ ମତ ରଖିଥିବା ବେଳେ ଆଇଡିଏ କଳିଙ୍ଗର ସମ୍ପାଦକ ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ଆଇଡିଏ ଓଡ଼ିଶାର ସମ୍ପାଦକ ଡାକ୍ତର ସୁବାଷ ଚନ୍ଦ୍ର ନାୟକ, କାର୍ଯ୍ୟକ୍ରମର ଅର୍ଗାନାଇଜିଂ ଚେୟାରମ୍ୟାନ ଡାକ୍ତର ଅଭିଳାଷ ମହାପାତ୍ର ଓ ସାଇଂଟିଫିକ୍ ଚେୟାରମ୍ୟାନ ଡାକ୍ତର ଅନୁରାଗ ଶତପଥୀ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଡାକ୍ତର ପି.କେ. ନନ୍ଦଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଂଟ ଆୱାର୍ଡ ପ୍ରଦାନ କରାଯାଇଥିବା ବେଳେ ଡାକ୍ତର ଦୀପକ କୁମାର ମାଝୀଙ୍କୁ ଶ୍ରେଷ୍ଠ ସମ୍ପାଦକ (ଲୋକାଲ୍ ବ୍ରାଂଚ) ଆୱାର୍ଡ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ଇପ୍ସିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସାରା ଦେଶରୁ ପ୍ରାୟ ୬୦୦ ରୁ ୭୦୦ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.