ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍‌ ଏନ୍‌କାଉଣ୍ଟର

0

ପୁରୀ: କୁଖ୍ୟାତ ଅପରାଧୀ କାଳୁ ଭୋଳକୁ ପୁରୀ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗୁଳିମାଡ଼ରେ କାଳୁ ଆହତ ହୋଇଛି। ତାକୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନକାଉଣ୍ଟର ବେଳେ କାଳୁ ଭୋଳର ଡାହାଣ ଗୋଡରେ ବାଜିଛି ଗୁଳି ।

ସୂଚନାଯୋଗ୍ୟ, ସତ୍ୟବାଦୀ ଆଇଆଇସିଙ୍କ ଉପରକୁ ଗୁଳିମାଡ କରିବା ବେଳେ କରାଗଲା ଏନକାଉଣ୍ଟର । ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ କାଳୁ ଭୋଳ ଭର୍ତ୍ତି । ଜିଲ୍ଲାର ବିଭିନ୍ନ ଥାନାରେ ୧୮ରୁ ଉର୍ଦ୍ଧ୍ବ ମାମଲା ରହିଛି କାଳୁ ଭୋଳ ନାମରେ । କାଳୁ ଭୋଳକୁ ଯେତେବେଳେ ପୁଲିସ ଗୋଡ଼ାଇଥିଲା, ସେ ଏକ ରାଉଣ୍ଡ ଗୁଳି ଚଳାଇଥିଲା। କିନ୍ତୁ କାଳୁର ଏହି ଗୁଳି ପୁଲିସ ଟିମ୍‌ର ନିକଟ ଦେଇ ଅତିକ୍ରମ କରିଥିଲା। ଜୀବନ ସୁରକ୍ଷା ନୀତିରେ କାଳୁର ‌ବାମଗୋଡ଼କୁ ଲକ୍ଷ୍ୟ କରି ଆଇଆଇସି ବିଜୟ କେତନ ବେହେରା ଗୋଟିଏ ରାଉଣ୍ଡ ଗୁଳି କରିଥିଲେ। ଏହି ଗୁଳି କାଳୁ ଭୋଳର ଡାହାଣଗୋଡ଼ରେ ବାଜି ଥିଲା। ଫଳରେ ସେ ଆହତ ହୋଇଥିଲା।

ଆହତ କାଳୁକୁ ପୁଲିସ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁଲିସ ଘଟଣାସ୍ଥଳରୁ ୭.୬୫ ଏମ୍‌ଏମ୍‌ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ କରିଛି। ପୁଲିସ କହିଛି କାଳୁ ଭୋଳ ନାମରେ ପୁରୀ ଜିଲ୍ଲାର ସଦର ଥାନା, ଚନ୍ଦନପୁର ଥାନା, ସତ୍ୟବାଦୀ ଓ ବାସେଳିସାହି ଥାନାରେ ମୋଟା ୧୮ଟି ମାମଲା ରୁଜୁ ହୋଇଛି।

 

Leave A Reply

Your email address will not be published.