ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସୋଆରେ ନଭେଲ ମ୍ୟାଟେରିଆଲ୍‌ସ ଫର୍ ଇଞ୍ଜିନିୟରିଂ ଆପ୍ଲିକେସନ୍ ସମ୍ପର୍କିତ ଫ୍ୟାକଲ୍‌ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ

0

ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଠାରେ ଡିସେମ୍ବର ୧୮ ରୁ ୨୩ ତାରିଖ ପର୍ଯ୍ୟନ୍ତ ୬ ଦିନି ଧରି ‘ନଭେଲ ମ୍ୟାଟେରିଆଲ୍‌ସ ଆଣ୍ଡ ଇଟ୍‌ସ ଇଞ୍ଜିନିୟରିଂ ଆପ୍ଲିକେସନ୍‌ସ’ ଶୀର୍ଷକ ଏକ ଫ୍ୟାକଲ୍‌ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମ୍ (ଏଫଡିପି) ଆୟୋଜିତ ହୋଇଯାଇଛି ।

ଏଆଇସିଟିଇ ଟ୍ରେନିଂ ଆଣ୍ଡ ଲର୍ଣ୍ଣିଂ ଏକାଡେମୀ (ଅଟଳ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍‌ଘାଟିତ କରିଥିଲେ । ଆଇଟିଇଆର୍‌ର ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ବୈଷୟିକ ଶିକ୍ଷାନୁଷ୍ଠାନର ପ୍ରତିନିଧି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଜାତୀୟ ସ୍ତରୀୟ ବୈଷୟିକ ଅନୁଷ୍ଠାନ, ଗବେଷଣା କେନ୍ଦ୍ର ଓ ଶିଳ୍ପର ବିଶେଷଜ୍ଞ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମତ ରଖିଥିଲେ ।

ନଭେଲ ମ୍ୟାଟେରିଆଲ୍‌ସ କ୍ଷେତ୍ରରେ ଉତ୍ପନ ହେଉଥିବା ଆହ୍ୱାନ ଏବଂ ଇଞ୍ଜିନିୟରିଂ କ୍ଷେତ୍ରରେ ଏହାର ବିଭିନ୍ନ ପ୍ରୟୋଗକୁ ନେଇ ଏହି କାର୍ଯ୍ୟକ୍ରମରେ ମତ ବିନିମୟ ହୋଇଥିଲା । ଏହାର ବିଭିନ୍ନ ଅଧିବେଶନରେ ଥ୍ରୀ ଡି ପ୍ରିଂଟିଙ୍ଗ୍ ଅଫ୍ ନଭେଲ ମ୍ୟାଟେରିଆଲ୍‌ସ, ଷ୍ଟ୍ରେସ୍ ମ୍ୟାନେଜମେଂଟ ଏବଂ ୱେଷ୍ଟ ଟୁ ୱର୍ଥ ଆପ୍ରୋଚ୍ ଇନ୍ ଇଣ୍ଡଷ୍ଟ୍ରି ଫର ସଷ୍ଟେନେବିଲିଟି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ସରୋଜ କୁମାର ଆଚାର୍ଯ୍ୟ, କାର୍ଯ୍ୟକ୍ରମର ସଂଯୋଜକ ପ୍ରଫେସର ଶଙ୍କର ନାରାୟଣ ଦାସ ଏବଂ ସହ ସଂଯୋଜକ ଡକ୍ଟର ତପସ୍ୱିନୀ ଦାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.