ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

କାଲିଠାରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା

0

ବରଗଡ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି। ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା ବେଳେ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଯାତ୍ରା। ହାଟପଦା ଠାରେ ମହାରଜ କଂସଙ୍କ ପ୍ରାୟ ୯୫ ଫୁଟ ଉଚ୍ଚ ଏବଂ ୪୫ ଫୁଟ ପ୍ରସ୍ଥ ବିଶିଷ୍ଟ ରାଜଦରବାର ନିର୍ମାଣ କରାଯାଇଛି।

ଉଲ୍ଲେଖଯେଗ୍ୟ, କାଲିଠାରୁ ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଜିଲ୍ଲାପ୍ରଶାସନ ବଦଳରେ ଚାଲିବ ମହାରାଜା କଂସଙ୍କ ରାଜୁତି। ବରଗଡ଼ ପାଳଟି ଯିବ ମଥୁରା ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର । ଏବଂ ଚିର ପ୍ରବାହିତ ଜୀରାନଦୀ ପାଳଟିଯିବ ଜମୁନା ନଦୀ । ଏହା ସହିତ  ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ଏହି ସର୍ବବୃହତ ମୁକ୍ତାକାଶ ରଂଗମଂଚର ଜଣେ ଜଣେ କଳାକାର । ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରା ଠାରୁ ଆରମ୍ଭ କରି ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଶ୍ଵ ଦରବାରର ଏହି ମହାମଂଚ ପାଇଁ କଳାକାର ମାନେ ନିଜ ନିଜର ଅଭ୍ୟାସ ଶେଷକରିଛନ୍ତି ।

ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଭିନ୍ନ ଭିନ୍ନ ଧରଣର ଝୁଲା ସହିତ ମୀନା ବଜାର ଓ ବ୍ୟବସାୟୀ ମାନେ ଆସି ପହଞ୍ଚି ସାରିଛନ୍ତି। ପୋଲିସ ପ୍ରଶାସନ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । କିପରି ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୃତୟନ କରାଯିବା ସହିତ ବିଭିନ୍ନ ରାସ୍ତାକୁ ଓ୍ବାନ ଓ୍ବେ କରାଯାଇଛି । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଯାଇ ଚୋର ମାନଙ୍କର ଗତିବିଧି ଉପରେ ଲକ୍ଷ ରଖାଯିବ।

Leave A Reply

Your email address will not be published.